Thu. Oct 15th, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଲେଜ ଡିଗ୍ରୀକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ, ଶିବସେନା ନେତା ଉଦ୍ଧବ ଠାକ୍‌ରେ ଓ ଅନ୍ୟ ବିରୋଧୀ ନେତାମାନେ ପ୍ରଶ୍ନ ଉଠାଇଆସୁଥିବାବେଳେ ଏହା କ’ଣ ଏକ ରାଜନୈତିକ ପ୍ରସଙ୍ଗ କି ବୋଲି ପାଓ୍ବାର କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସମ୍ପର୍କିତ ତଥ୍ୟ ସର୍ବସାଧାରଣରେ ଉପଲବ୍ଧ ଥିବାବେଳେ ଅଦାଲତଙ୍କ ସମୟ ବରବାଦ କରିଥିବାରୁ ଗୁଜରାଟ ହାଇକୋର୍ଟ ନିକଟରେ କେଜ୍‌ରିଓ୍ବାଲଙ୍କୁ ୨୫ ହଜାର ଟଙ୍କା ଜରିମାନା କରିଥିଲେ।ରବିବାର ଏକ ପ୍ରଶ୍ନର ଉତ୍ତରରେ ଏନ୍‌ସିପି ନେତା କହିଛନ୍ତି, ଦେଶରେ ବେରୋଜଗାରୀ, ଆଇନଶୃଙ୍ଖଳା, ମୁଦ୍ରାସ୍ଫୀତି ଭଳି ଅନେକ ପ୍ରସଙ୍ଗ ରହିଛି, ଯାହା ଉପରେ ଧ୍ୟାନ ଦିଆଯିବା ଜରୁରୀ। ଏହା ପରିବର୍ତ୍ତେ ନେତାମାନେ ଅଣପ୍ରସଙ୍ଗକୁ ଫୋକସ୍‌ କରୁଛନ୍ତି। କାହାର ଡିଗ୍ରୀ କ’ଣ ଏହା ରାଜନୈତିକ ପ୍ରସଙ୍ଗ ନୁହେଁ। ବେରୋଜଗାରୀ, ଆଇନଶୃଙ୍ଖଳା, ମୁଦ୍ରାସ୍ଫୀତି ଆଦିକୁ ନେଇ ସରକାରଙ୍କୁ ସମାଲୋଚନା କର। ଧର୍ମ ଓ ଜାତିକୁ ନେଇ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରାଯାଉଛି। ଅଦିନିଆ ବର୍ଷାରେ ଫସଲ ନଷ୍‌ଟ ହେଉଛି। ସେଗୁଡ଼ିକ ଉପରେ ଆଲୋଚନା କରାଯାଉ ବୋଲି ପାଓ୍ବାର କହିଛନ୍ତି। ଦିନକ ପୂର୍ବରୁ ଏନ୍‌ସିପି ନେତା ଆଦାନୀ ଗ୍ରୁପ୍‌କୁ ସମର୍ଥନ କରିଥିଲେ।

Leave a Reply

Your email address will not be published. Required fields are marked *