Thu. Oct 15th, 2026

ଜଣେ ବାଳକ ଓ ଦଲାଇ ଲାମାଙ୍କ ଚୁମ୍ବନ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ବିବାଦ ସୃଷ୍ଟି କରିଥିଲା।ତାଙ୍କୁ ସାକ୍ଷାତ କରିବାକୁ ଆସୁଥିବା ଲୋକମାନଙ୍କ ସହ ସେ କୌତୁକିଆ ଆଚରଣ କରିବା ସହ ସବୁବେଳେ ଚିଡ଼ାନ୍ତି ବୋଲି ସଫେଇ ଦେଇ ଦଲାଇ ଲାମା ନିଜ ଟିମ୍‌ ସହିତ ଉକ୍ତ ବାଳକ ଓ ତା’ ପରିବାରବର୍ଗଙ୍କୁ କ୍ଷମା ମାଗିଛନ୍ତି। ଏ ସଂକ୍ରାନ୍ତରେ ଆଜି ଦଲାଇ ଲାମାଙ୍କ ଅଫିସିଆଲ୍‌ ଟୁଇଟର୍‌ ହଣ୍ଡେଲ୍‌ରେ ପୋଷ୍ଟ୍‌ ହୋଇଥିବା ବିବୃତିରେ ଉଲ୍ଲେଖ ଅଛି: ସଂପ୍ରତି ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପ୍ରସାରିତ ହେଉଛି ଯେଉଁଥିରେ ଜଣେ ବାଳକ ନିକଟ ଅତୀତରେ ଦଲାଇ ଲାମାଙ୍କୁ ଭେଟିଛନ୍ତି ଓ ତାଙ୍କୁ ପଚାରୁଛନ୍ତି ଆପଣ ମତେ ଆଲିଙ୍ଗନ କରିବେ କି ? ଏହାପରେ ଦଲାଇ ଲାମା କହିଥିବା କଥା ଆଘାତ ଦେଇଥିବାରୁ ‌ଉକ୍ତ ବାଳକ, ତା’ ପରିବାରବର୍ଗ ଓ ବିଶ୍ବରେ ଥିବା ତାଙ୍କର ଅନେକ ବନ୍ଧୁଙ୍କୁ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ସର୍ବସାଧାରଣରେ ହେଉ କି, କ୍ୟାମେରା ସମ୍ମୁଖରେ ହେଉ, ଭେଟୁଥିବା ଅନେକ ଲୋକଙ୍କୁ ସବୁବେଳେ ମଜାରେ ସେ ଏମିତି ଚିଡ଼ାନ୍ତି। ଏ ଘଟଣା ପାଇଁ ସେ ଦୁଃଖପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *