କାଲିଠାରୁ ସ୍କୁଲରେ ମର୍ଣ୍ଣିଂ କ୍ଲାସ୍

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ସକାଳୁଆ ସ୍କୁଲ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ହେବ ସକାଳୁଆ କ୍ଲାସ୍। ସକାଳ ୭ରୁ ୧୧ଟା ୩୦ ଯାଏ ହେବ ମର୍ଣ୍ଣିଂ କ୍ଲାସ୍। ସ୍କୁଲରେ ଖରା ଦିନ ପାଇଁ ନିଆଯିବ ପଦକ୍ଷେପ । ପାଣି ବ୍ୟବସ୍ଥା, ଓଆରଏସର ବ୍ୟବସ୍ଥା କରାଯିବ। ସେହିପରି ହିଟୱେଭ୍ ହେଲେ ପଦକ୍ଷେପ ନିଆଯିବ ବୋଲି ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ କହିଛନ୍ତି ।

You May Also Like

More From Author

+ There are no comments

Add yours