Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: କଟକ ଏସସିବି ମେଡିକାଲରେ ପ୍ରଥମ ଥର ପାଇଁ ଇକମୋ ମେସିନ ସପୋର୍ଟରେ ଅପରେସନ କରାଯାଇଛି। କାର୍ଡିଓଭାସକୁଲାର ସର୍ଜରୀ ବିଭାଗରେ ଏହି ଅପରେସନ କରାଯାଇଥିଲା।

ଦେବଗଡ଼ ଅଞ୍ଚଳର ୨୧ ବର୍ଷ ବୟସ ଯୁବକ ଲିଙ୍କୁ ଲୋହରଙ୍କର ଶ୍ୱାସ ନଳୀରୁ ଇକମୋ ମେସିନ ସହାୟତାରେ ଜଟିଳ ଅପରେସନ କରି ଟ୍ୟୁମର ବାହାର କରାଯାଇଛି। ଏବେ ରୋଗୀ ଜଣକ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଶ୍ୱାସ ନଳୀରେ ଟ୍ୟୁମର ଥିବାରୁ ତାଙ୍କୁ ନିଶ୍ଚେତକ ଦେବା ସମ୍ଭବ ନଥିଲା। ଏଣୁ ଇକମୋ ମେସିନ ସହାୟତାରେ ଅପରେସନ କରାଯାଇଥିଲା। ସାଢ଼େ ୧୦ଟାରୁ ଏହି ଅପରେସନ ଆରମ୍ଭ ହୋଇ ସାଢ଼େ ୨ଟା ରେ ସରିଥିଲା।

Leave a Reply

Your email address will not be published. Required fields are marked *