ଶବ୍ଦ ଓଡିଶା ବ୍ୟୁରୋ: ମାଲାକାନଗିରିରେ ହେବ ପୁଷ୍ପା-୨ ଫିଲ୍ମର ସୁଟିଂ । ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ଆକର୍ଷଣୀୟ ଲୋକେସନରେ ପୁଷ୍ପା-୨ର କିଛି ଭାଗର ସୁଟିଂ କରାଯିବ । ନିକଟରେ ଫିଲ୍ମ ପୁଷ୍ପା-୨ର ଏକ ୬ଜଣିଆ ସଦସ୍ୟ ବିଶିଷ୍ଟ ଟିମ ମାଲାକାନଗିରିର ହନ୍ତାଳଗୁଡା, ସାର୍କୁବନ୍ଧ ଝୋଲାପୋଲରେ ପହଞ୍ଚି ଲୋକେସନ ସ୍ଥିର କରିଥିବା ଜଣାପଡିଛି । ଏପ୍ରିଲ ୭ ଓ ୮ ତାରିଖରେ ଟିମ୍ ବିଭିନ୍ନ ଅଞ୍ଚଳରେ ପହଞ୍ଚି ସୁଟିଂ ପାଇଁ ଆବଶକୀୟ ଲୋକେସନ ବୁଲି ଦେଖିଥିଲେ । ତେବେ ପୁଷ୍ପା ଟିମ୍ ମାଲାକାନଗିରି ପୁଲିସକୁ ଟିମ ଏକ ସ୍ୱତନ୍ତ୍ର ଅନୁରୋଧ କରିଥିବା ଜଣାପଡିଛି । ଫିଲ୍ମର କିଛି ଭାଗର ସୁଟିଂ ପାଇଁ ଡ୍ରୋନ କ୍ୟାମେରା ବ୍ୟବହାର ପାଇଁ ଅନୁମତି ଲୋଡିଛି ଟିମ୍ । ଜିଲ୍ଲାପାଳ ଓ ଏସପିଙ୍କୁ ସାକ୍ଷାତ କରି ସୁଟିଂ ପାଇଁ ଅନୁମତି ମାଗିଛନ୍ତି । ତେବେ ପୁଲିସ ଓ ପ୍ରଶାସନ ପକ୍ଷରୁ ଫିଲ୍ମ ପୁଷ୍ପା-୨ର ସୁଟିଂ ପାଇଁ ଅନମୁତି ମିଳିଥିବା ଜଣାପଡିଛି । ଅନୁମତି ମିଳିବା ପରେ ମେ ୧ ତାରିଖରୁ ସୁଟିଂ କରାଯିବ ବୋଲି ସୂଚନା ରହିଛି । ପୂର୍ବରୁ ୨୦୨୧ ମସିହାରେ ପୁଷ୍ପା ସୁଟିଂ ମଧ୍ୟ ଏଠାରେ ହୋଇଥିଲା । ଏହି ସମୟରେ ଫିଲ୍ମର ଲିଡ ଷ୍ଟାର ଅଲ୍ଲୁ ଅର୍ଜୁନ ମାଲାକାନଗିରିରେ ପହଞ୍ଚି ସୁଟିଂ କରିଥିଲେ ।
You May Also Like
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
ରାଜ୍ୟସ୍ତରୀୟ ଦେଶଭକ୍ତିର କାର୍ଯ୍ୟକ୍ରମ – “ମାତୃଭୂମିକୁ ପ୍ରଣାମ ଉତ୍ସବ”
August 15, 2024
More From Author
ଆଇସିସି ଆଣିଲା ନୂଆ ନିୟମ ଷ୍ଟପ୍ କ୍ଲକ୍
November 22, 2023
୫ ବର୍ଷରେ ରାଜ୍ୟରେ ୨,୮୧୭ ବନ୍ୟପ୍ରାଣୀଙ୍କ ମୃତ୍ୟୁ
November 22, 2023
ଭୁବନେଶ୍ୱରରେ ଜାତୀୟ ନିର୍ବାଚନ କମିଶନଙ୍କ ଟିମ୍
September 13, 2023
+ There are no comments
Add yours