ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଝରାବାହାଲ ଏବଂ ଗମ୍ବାରୀଗୁଡା କ୍ଲଷ୍ଟରରେ ଗଡିଲା ଶିକ୍ଷା ସଚେତନତା ରଥ l ଝରାବାହାଲ କ୍ଲଷ୍ଟରର ୮ଟି ସ୍କୁଲକୁ ଶିକ୍ଷା ସଚେତନତା ରଥ ପରିଦର୍ଶନ କରିଥିବା ନେଇ ଝରାବାହାଲ କ୍ଲଷ୍ଟରର ସିଆରସିସି କୁମୁଦ କୁମାର ବାଘ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି । ୬ ରୁ ୧୪ ବର୍ଷ ପର୍ଯ୍ୟନ୍ତ ପିଲାମାନେ ଶିକ୍ଷା ପ୍ରତି କିପରି ଆଗ୍ରହ ପ୍ରକାଶ କରିବା ସହ ସ୍କୁଲ ମୁହାଁ ହେବେ ଏବଂ ଅଭିଭାବକମାନେ ନିଜ ପିଲାଙ୍କୁ ଶିକ୍ଷା ଦେବା ପାଇଁ କିପରି ଆଗ୍ରହ ପ୍ରକାଶ କରିବେ ଏହା ଶିକ୍ଷା ସଚେତନତା ରଥର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି l ଏହା ସହ ଶାରୀରିକ ବିକଳାଙ୍ଗ ପିଲାମାନେ କିପରି ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିବେ ସେଥିପାଇଁ ଆଇଭି ସେଛ୍ଵାସେବୀ ତ୍ରିନାଥ ପାଣ୍ଡେ ଏବଂ କୁରୁକ୍ଷେତ୍ର ଦାସ ଶିକ୍ଷା ସଚେତନତା ରଥ ସହ ପ୍ରତି ବିଦ୍ୟାଳୟ ବୁଲି ଭିନ୍ନକ୍ଷମ ପିଲା ଏବଂ ଅଭିଭାବକଙ୍କୁ ଶିକ୍ଷା ପ୍ରତି ସଚେତନ କରୁଥିବାର ଦେଖିବାକୁ ମିଳିଛି l ସେହିପରି ଗମ୍ବାରୀଗୁଡା କ୍ଲଷ୍ଟରରେ ପ୍ରତି ବିଦ୍ୟାଳୟ ବୁଲି ଶିକ୍ଷା ସଚେତନତା ରଥ l ପିଲା ଏବଂ ଅଭିଭାବକଙ୍କୁ ସଚେତନ କରିଥିବା ନେଇ ଗମ୍ବାରୀଗୁଡା ସିଆରସିସି ରାଜେଶ ଦଣ୍ଡସେନା ପ୍ରକାଶ କରିଛନ୍ତି l ଶିକ୍ଷା ସଚେତନତା ରଥ ପରିଦର୍ଶନ କରିବା ଅଵସରରେ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଶିକ୍ଷକମାନେ ଉପସ୍ଥିତ ରହି ଶିକ୍ଷା ସଚେତନତା ରଥକୁ ସ୍ୱାଗତ କରିଥିଲେ l