Thu. Oct 15th, 2026

ଲୋକସଭା ନିର୍ବାଚନ ସମ୍ପର୍କରେ ରାଜ୍ୟସଭା ଏମପି କପିଲ ସିବଲଙ୍କ ବଡ଼ ବିବୃତ୍ତି। ଭାଜପା ବିରୋଧରେ ୨୦୨୪ ନିର୍ବାଚନରେ ଜିତିବା ପାଇଁ କଂଗ୍ରେସ ଅନ୍ୟ ରାଜନୈତିକ ଦଳ ସହ ମିଳିତ ମେଣ୍ଟର ଅଂଶ ହେବା ଉଚିତ ବୋଲି କହିଛନ୍ତି ସିବଲ

ମିଳିତ ମେଣ୍ଟର କେନ୍ଦ୍ରରେ କଂଗ୍ରେସ ରହିବା ଉଚିତ। ଏକ ଶକ୍ତିଶାଳୀ ମେଣ୍ଟ ଗଠନ ପାଇଁ ପରସ୍ପରର ଚିନ୍ତାଧାରାକୁ ସମାଲୋଚନା କରୁଥିବା ସମୟରେ ସମସ୍ତ ବିରୋଧୀ ଦଳ ସମ୍ବେଦନଶୀଳ ହେବା ଉଚିତ।

ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ବିରୋଧ କରୁଥିବା ସମସ୍ତ ରାଜନୈତିକ ଦଳ ପ୍ରଥମେ ଏକ ସାଧାରଣ ପ୍ଲାଟଫର୍ମ ଖୋଜିବାକୁ ସେ ଆହ୍ନାନ ଦେଇଛନ୍ତି। ଏହି ସାଧାରଣ ପ୍ଲାଟଫର୍ମ ମଧ୍ୟ ତାଙ୍କର ନୂତନ ଭାବରେ ଗଠିତ ‘ଇନସାଫ’ ପ୍ଲାଟଫର୍ମ ହୋଇପାରେ, ଯାହା ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ପାଇଁ ଗଠିତ ହୋଇଛି। ବିରୋଧୀ ଦଳର ନେତୃତ୍ୱର ପ୍ରଶ୍ନର ଉତ୍ତର ଏହି ପର୍ଯ୍ୟାୟରେ ଦେବାର ଆବଶ୍ୟକତା ନାହିଁ। ସେ ୨୦୦୪ ର ଉଦାହରଣ ମଧ୍ୟ ଦେଇଛନ୍ତି। ଯେତେବେଳେ ବିରୋଧୀଦଳର ମୁଖ୍ୟ ଘୋଷିତ ହୋଇ ନଥିଲେ ମଧ୍ୟ ଲୋକସଭା ନିର୍ବାଚନ ପରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ତତ୍କାଳୀନ ସରକାର କ୍ଷମତାରୁ ହଟାଇ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *