Thu. Oct 15th, 2026

ଜାତୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ନିଟ୍‌ ୟୁଜି ପ୍ରବେଶିକା ଆସନ୍ତା ମେ’ ୭ତାରିଖରେ ଅନୁଷ୍ଠିତ ହେବ। ଏନଟିଏ ପକ୍ଷରୁ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ରାଜ୍ୟର ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ଚିହ୍ନଟ କରାଯାଇଛି।ଓଡ଼ିଶାର ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉରକେଲା, ସମ୍ୱଲପୁର, ବଲାଙ୍ଗିର, ଭବାନୀପାଟଣା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ପାରଳାଖମୁଣ୍ଡି, ଫୁଲବାଣୀ, ରାୟାଗଡ଼ା ଆଦି ମୋଟ୍‌ ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ହେବା ନେଇ ନିଷ୍ପତ୍ତି ହୋଇଛି।ତେବେ ପରୀକ୍ଷା ନିର୍ଦ୍ଧାରିତ ସୂଚୀର ସପ୍ତାହକ ପୂର୍ବରୁ ଆଡମିଟ୍‌ କାର୍ଡ଼ www.neet.nta.ac.in ସାଇଟ୍‌ରେ ଉପଲବ୍ଧ ହେବ ବୋଲି ଏନ୍‌ଟିଏ କହିଛି।

Leave a Reply

Your email address will not be published. Required fields are marked *