Wed. Oct 14th, 2026

ଏପ୍ରିଲ ୯ରେ ଦେଶରେ ବାଘଙ୍କ ସଂଖ୍ୟାକୁ ନୂଆ ଫିଗର ମିଳିଯାଇଛି। ପ୍ରୋଜେକ୍ଟ ଟାଇଗର ଆରମ୍ଭ ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ମୌସୁରରେ ହୋଇଥିବା ମେଗା ଇଭେଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଘଙ୍କ ସଂଖ୍ୟାର ନୂଆ ନମ୍ବର ଜାରି କରିଛନ୍ତି। ଏହି ସଂଖ୍ୟା ଅନୁଯାୟୀ, ଦେଶରେ ବାଘଙ୍କ ସଂଖ୍ୟା ୩୦୦୦ ପାର କରି ଯାଇଛି।ମୋଦି କହିଛନ୍ତି ଦେଶରେ ବାଘଙ୍କ ସଂଖ୍ୟା ୩୧୬୭ ରହିଛି।ଦେଶରେ ୫ ଦଶକ ପୂର୍ବରୁ ୧ ଏପ୍ରିଲ, ୧୯୭୩ରେ ବାଘଙ୍କୁ ସୁରକ୍ଷା ଦେବାକୁ ସବୁଠାରୁ ବଡ ପ୍ରୋଜେକ୍ଟ ଆରମ୍ଭ କରାଯାଇଥିଲା। ଏହାର ନାମ ରଖାଯାଇଥିଲା ‘ପ୍ରୋଜେକ୍ଟ ଟାଇଗର’। ସେବେଠାରୁ ଦେଶରେ ଲଗାତାର ଭାବେ ବାଘଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଉ ଆଜି ବିଶ୍ୱରେ ଥିବା ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ ରହିଛନ୍ତି। ପ୍ରତିବର୍ଷ ଏହି ସଂଖ୍ୟା ୬ ପ୍ରତିଶତ ହାରରେ ବୃଦ୍ଧି ପାଉଛି।

Leave a Reply

Your email address will not be published. Required fields are marked *