ଗାଁ ରେ ବ୍ୟାପୁଛି ମିଳିମିଳା ହାଡଫୁଟି; ଦେଶୀ ଉପଚାର ଉପରେ ନିର୍ଭର ରୋଗୀ

ଗଜପତି ଜିଲ୍ଲା ମୋହନା ବ୍ଳକ ପାହାଡିଆ ଉପାନ୍ତ ଅଞ୍ଚଳରେ ଅବସ୍ଥିତ ଯୁବ ଗ୍ରାମପଞ୍ଚାୟତର ଡୁଣ୍ଡ୍ରୁମ ଗ୍ରାମରେ ହାଡଫୁଟି ଓ ମିଳିମିଳା ଆକ୍ରାନ୍ତ ଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି ଗ୍ରାମରେ ୧୩୦ଟି କୁଇ କନ୍ଧ ସମ୍ପ୍ରଦାୟର ପରିବାର ବସବାସ କରୁଥିବା ବେଳେ ୮୦୦ରୁ ଉର୍ଦ୍ଧ୍ବ ଜନସଂଖ୍ୟା ରହିଛି । ଗାଁର ୩ ନମ୍ବର ୱାର୍ଡରେ ଥିବା ଦୁଇଟି ସାହିରେ ୫୦ ରୁ ଉର୍ଦ୍ଧ୍ବ ପିଲା ବୟସ୍କ ହାଡଫୁଟି, ମିଳିମିଳା ଓ ଜ୍ଵରରେ ଆକ୍ରାନ୍ତ ଥିବା ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି । ଗତ ତିନି ସପ୍ତାହ ଧରି ଧିରେ ଧିରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଁ ଚାଲିଥିବା ବେଳେ ଲୋକେ ଭୟଭୀତ ହୋଇ ମେଡିକାଲ ନ ଯାଇ ଦେଶୀ ଚିକିତ୍ସା ଓ ଝାଡଫୁଙ୍କ ଉପଚାରକୁ ଆପଣେଇ ଚାଲିଛନ୍ତି । ଚେର ମୂଳ ସହ ହଳଦୀ, ଏକ ବିଶେଷ ଗଛର ଛାଲିକୁ ବାଟି ପ୍ରଲେପ କରୁଥିବା ଜଣାପଡିଛି । ତେବେ ଖବର ପାଇ ଆଜି ପାହାଡ଼ ଶିଖରରେ ରହୁଥିବା ଡୁଣ୍ଡ୍ରୁମ ଗ୍ରାମରେ ମୋହନା ଭ୍ରାମ୍ୟମାଣ ମେଡିକାଲ ଟିମ୍ ପହଞ୍ଚି ଚିକିତ୍ସା କରି ଫେରିଛନ୍ତି । ଗ୍ରାମର ୧୧ ଜଣ ଆକ୍ରାନ୍ତ ଙ୍କୁ ଡାକ୍ଟର ଗୋପାଳ କୃଷ୍ଣ ସାହୁ ଓ ତାଙ୍କ ଟିମ୍ ଚିକିତ୍ସା ସହ ଔଷଧ ଯୋଗାଇ ଦେଇଛନ୍ତି । 

ତେବେ ଗତ ତିନି ମାସ ହେବ ଏହି ଭଳି ଭାବେ ରୋଗୀ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ଆବଶ୍ୟକ ସଚେତନତା ର ଅଭାବରୁ ଲୋକେ ଭୟଭୀତ ହେବା ସହ ନିଜେ ନିଜେ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷରେ ଗ୍ରାମରେ ଆଶା , ସ୍ବାସ୍ଥ୍ୟ କର୍ମୀ ମାନଙ୍କର ବିଶେଷ ଭୂମିକା ଥିଲେ ମଧ୍ୟ କିଭଳି ଅବହେଳା କରିଆସୁଥିଲେ ତାହାକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ପ୍ରଶାସନ ଦୃଷ୍ଟି ଦେବା ସହ ଉପଯୁକ୍ତ ଚିକିତ୍ସା କରିବା ଜରୁରୀ ହୋଇପଡିଛି ।

You May Also Like

More From Author

+ There are no comments

Add yours