Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଲିଆପାଲି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନା ସମାରୁ ସାହୁ। ତାଙ୍କୁ ୬୫ ବର୍ଷ ହୋଇଛି।

ଗତକାଲି ରାତ୍ରି ପ୍ରାୟ ୧୨ ବେଳେ ସମାରୁ ଶୌଚ ହେବା ପାଇଁ ଘର ପଛ ପଟେ ଥିବା ପୋଖରୀ ନିକଟକୁ ଯାଇଥିଲେ। ସେହି ସମୟରେ ପାଖ ଜଙ୍ଗଲରୁ ପୋଖରୀକୁ ପାଣି ପିଇବାକୁ ଆସିଥିବା ଏକ ହାତୀ ସମାରୁଙ୍କୁ ଆକ୍ରମଣ କରିଥିଲା।

ହାତୀର ଗର୍ଜନ ଶୁଣି ପରିବାର ଲୋକ ଲାଇଟ ଧରି ଧାଇଁ ଆସିଥିଲେ ଓ ହାତୀକୁ ଘଉଡ଼ାଇ ଥିଲେ। ଗୁରୁତର ସମାରୁଙ୍କୁ ସେମାନେ ଉଦ୍ଧାର କରି ସୋନପୁର ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ଚିକିତ୍ସା ଚାଲିଛି।

Leave a Reply

Your email address will not be published. Required fields are marked *