Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ସାମାନ୍ୟ କଳିରୁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କ୍ରାଣ୍ଡିବାଲି ଗାଁରେ।

ମୃତ ମହିଳାଙ୍କ ନାଁ ଲକ୍ଷ୍ମୀ ବିନ୍ଧାଣି। ତାଙ୍କ ସ୍ୱାମୀଙ୍କ ନାଁ ନାରାୟଣ ବିନ୍ଧାଣି। ନାରାୟଣଙ୍କୁ ଗୋଛାପଡ଼ା ଥାନା ପୁଲିସ ଗିରଫ କରିଛି। ଲକ୍ଷ୍ମୀଙ୍କ ଭାଇଙ୍କ ଘରେ ଏକ ପୂଜା ହେଉଥିଲା। ସେଠାକୁ ଉଭୟ ଲକ୍ଷ୍ମୀ ଓ ନାରାୟଣ ଯାଇଥିଲେ। କୌଣସି ଘରୋଇ କଥାକୁ ନେଇ ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଝଗଡ଼ା ଚାଲିଥିବା ବେଳେ ଉତକ୍ଷିପ୍ତ ହୋଇ ନାରାୟଣ ଏକ ଟାଙ୍ଗିଆରେ ତାଙ୍କ ପତ୍ନୀଙ୍କୁ ହାଣି ଦେଇଥିଲେ। ଲକ୍ଷ୍ମୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଫୁଲବାଣୀ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଲକ୍ଷ୍ମୀଙ୍କ ଭାଇଙ୍କ ଅଭିଯୋଗ କ୍ରମେ ଗୋଚ୍ଛାପଡ଼ା ଥାନା ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ନାରାୟଣଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *