ରାଜ୍ୟରେ ବଢିବ ତାପମାତ୍ରା

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ବଢିବ ତାପମାତ୍ରା । ତିନି ଦିନରେ ତିନି ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ । ଆଜି ରାଜଧାନୀରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ଛୁଇଁବ ବୋଲି ଆକଳନ ହୋଇଥିବା ବେଳେ ସର୍ବନିମ୍ନ ୨୪ ଡିଗ୍ରୀ ହୋଇପାରେ । ତେବେ ଏହି ସମୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା, ବିଜୁଳି, ଘଡଘଡି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ରାୟଗଡା, ରାୟଗଡା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲା ରହିଛି ।

You May Also Like

More From Author

+ There are no comments

Add yours