ଟ୍ୱିଟର ଲୋଗୋରୁ ହଟିଲା କୁକୁର, ଫେରିଲା ଚଢେଇ

ଶବ୍ଦ ଓଡିଶା ବ୍ୟୁରୋ: କିଛିଦିନ ତଳେ ଟ୍ୱିଟର ଲୋଗୋକୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା । ଯେତେବେଳେ ଟ୍ୱିଟରର ମାଲିକ ଏଲନ୍ ମସ୍କ ପୁରୁଣା ଲୋଗୋ ଚଢେଇକୁ ବଦଳାଇ ତା ସ୍ଥାନରେ ଏକ କୁକୁରର ଫଟୋ ରଖିଥିଲେ । ଏଲନ୍ ମସ୍କଙ୍କର କୁକୁର ଅତିପ୍ରିୟ । ଏହା ପୂର୍ବରୁ ବି ସେ ନିଜର ପୋଷା କୁକୁର ଶିବା ହନୁ ଫ୍ଲେକିକୁ ଟ୍ୱିଟରର ସିଇଓ ଚେୟାରରେ ବସାଇ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଥିଲେ । ହେଲେ ତାହା ଯେମିତି ସୀମିତ ସମୟ ପାଇଁ ଥିଲା , ସେହିଭଳି ଟ୍ୱିଟର ଲୋକ ଚଢେଇ ସ୍ଥାନରେ କୁକୁର ରଖିବା ବି ସୀମିତ ସମୟ ପାଇଁ ଥିଲା ।
ପାଖାପାଖି ୩ଦିନ ପୂର୍ବରୁ ଟ୍ୱିଟରର ଲୋଗୋ ବଦଳିଥିଲା । ଚଢେଇ ସ୍ଥାନରେ କୁକୁରର ଫଟୋ ରଖି ସମସ୍ତ ୟୁଜର୍ସଙ୍କୁ ଚକିତ କରିଦେଇଥିଲେ ମସ୍କ । ୟୁଜର୍ସ ଭାବିଥିଲେ କି ଟ୍ୱିଟର ଲୋଗୋରେ କୁକୁରର ଫଟୋ କିଛି ସମୟ ପାଇଁ ରହିବ ହେଲେ ତାହା ସେଭଳି ହୋଇ ନଥିଲା । ଏହାପରେ ୟୁଜର୍ସମାନେ ଭାବିଥିଲେ କି ସବୁଦିନ ପାଇଁ କୁକୁରର ଫଟୋ ରହିବ । ହେଲେ ଏହାମାତ୍ର ୩ଦିନ ରହିବା ପରେ ପୁଣି ପୁରୁଣା ଲୋଗୋ ଦେଖିବାକୁ ମିଳିଥିଲା । ହେଲେ ଏବେ ବି ୱେବ୍ ଭର୍ସନରେ ଟ୍ୱିଟର ଲୋଗୋ ଭାବେ କୁକୁରର ଫଟୋ ଦେଖିବାକୁ ମିଳିଛି ।

You May Also Like

More From Author

+ There are no comments

Add yours