Wed. Oct 14th, 2026

ଦିନକୁ ଦିନ ଯୁବପିଢ଼ି ଇଣ୍ଟରନେଟରେ ଅଧିକ ସମୟ ବିତାଉଛନ୍ତି। ଯାହାଫଳ‌ରେ ଅନେକ ମାନସିକ ରୋଗ ସୃଷ୍ଟି ହେଉଛି। ଅନ୍‌ଲାଇନ୍ ଗେମିଂ ହେଉ ବା ସାମାଜିକ ଗଣମାଧ୍ୟମର ବ୍ୟବହାର ବା ଭିଡିଓ ଦେଖିବା ପାଇଁ ଇଣ୍ଟରନେଟର ବହୁଳ ବ୍ୟବହାର ହେଉଛି। ଯୁବପିଢ଼ି ଏହାର ଅଧିକ ବ୍ୟବହାର କରୁଛନ୍ତି। ଏହାର ବହୁଳ ବ୍ୟବହାର ଯୁବପିଢ଼ି ଓ ଶିଶୁମାନଙ୍କ ମାନସିକସ୍ତରରେ ପ୍ରଭାବ ପକାଉଥିବା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ମାନସିକରୋଗ ବିଶେଷଜ୍ଞଙ୍କ ମତରେ ଡିପ୍ରେସନ(ଚାପ ଗ୍ରସ୍ତ), କ୍ରିଟିକାଲ ଥିଙ୍କିଂରେ ଅକ୍ଷମ, ନିଦ ନ ହେବା ଓ ଖୁବଶୀଘ୍ର ବିରକ୍ତି ଭାବ ପ୍ରକାଶ କରିବା ଭଳି ସମସ୍ୟା ଦେଖିବାକୁ ମିଳିଥାଏ। ଏ କ୍ଷେତ୍ରରେ ପିଲାମାନଙ୍କୁ ମୋବାଇଲ ଓ ଇଣ୍ଟରନେଟଠାରୁ ଦୂରେଇ ରଖିବା ସହିତ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ପିଲାମାନଙ୍କ ମୋବାଇଲ ବ୍ୟବହାର ଉପରେ ଅଭିଭାବକମାନେ ଯତ୍ନବାନ ହେବା ଆବଶ୍ୟକ। ପିଲାମାନଙ୍କ ଟେକ୍‌ନୋଲୋଜିର ବ୍ୟବହାର ଉପରେ କଡ଼ା ନଜର ରଖିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *