Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ସ୍କୁଲ ଗେଟ୍ ପଡ଼ି ୭ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ବ୍ଲକ ଆଙ୍କୁଲା ସତ୍ୟବାଦୀ ନୋଡାଲ ୟୁପି ସ୍କୁଲରେ। ମୃତ ଶିଶୁ ଜଣକ ହେଲା ଚିକୁ ନାଏକ।
ଚିକୁ ଘର ସତ୍ୟବାଦୀ ନୋଡାଲ ୟୁପି ସ୍କୁଲରେ ନିକଟରେ। ପ୍ରତିଦିନ ଚିକୁ ସ୍କୁଲ ପରିସର ଭିତରେ ଖେଳନ୍ତି। ଗତକାଲି ମଧ୍ୟ ସ୍କୁଲ ଗେଟ୍ ପାଖରେ ଖେଳୁଥିଲେ। ଏହି ସମୟରେ ଗେଟ୍‌ଟି ତାଙ୍କ ଉପରେ ପଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାକୁ ଆଠଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। । ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।

ସ୍କୁଲ ଗେଟ୍‌ଟି ପିଲାଟି ଉପରେ କିପରି ପଡ଼ିଲା, ଗେଟ୍‌ଟି ଠିକ୍‌ ଭାବରେ ଲାଗି ଥିଲା ନାହିଁ, ଗେଟ୍‌ଟି ଯଦି କଳିଙ୍ଗି ଖାଇ ନଷ୍ଟ ହୋଇଯାଇଥିଲା, ତାହାହେଲେ ପ୍ରଧାନ ଶିକ୍ଷକ କାହିଁକି ଏତିପ୍ରତି ନଜର ଦେଉନଥିଲେ ପୁଲିସ ସେ ନେଇ ତଦନ୍ତ କରୁଛି। ପିଲାଟିର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *