Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ୩ ଦିନିଆ ଆସାମ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ‘ଗଜ ଉତ୍ସବ ୨୦୨୩’ ଉଦ୍‌ଘାଟନ କରିଛନ୍ତି। ପ୍ରୋଜେକ୍ଟ ଏଲିଫାଣ୍ଟ୍‌ର ୩୦ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଏହି ଉତ୍ସବ ଉଦ୍‌ଘାଟନ କରିଛନ୍ତି। ଏହି କାର୍ୟ୍ୟକ୍ରମରେ ଆସାମ ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀ, ବିଧାୟକ ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ୧୯୯୨ରେ ପ୍ରୋଜେକ୍ଟ ଏଲିଫାଣ୍ଟ୍‌ ଆରମ୍ଭ ହୋଇଥିଲା। ହାତୀଙ୍କ ସଂଖ୍ୟା ବୃଦ୍ଧି କରିବାପାଇଁ ଏବଂ ସେମାନଙ୍କ ଆଶ୍ରୟସ୍ଥଳ ସୁରକ୍ଷିତ ରଖିବାପାଇଁ ଏହି ପ୍ରୋ‌ଜେକ୍ଟ ଆରମ୍ଭ ହୋଇଥିଲା।
ଆଜି ଗଜ ଉତ୍ସବ ଉଦ୍‌ଘାଟନ କରି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ହାତୀଙ୍କୁ ସୁରକ୍ଷା ଦେବା ଆମ ଜାତୀୟ ଐତିହକୁ ସୁରକ୍ଷା ଦେବାପାଇଁ ଏକ ଜାତୀୟ ଦାୟିତ୍ବର ଅଂଶବିଶେଷ। ଗଜ ଉତ୍ସବ ଅବସରରେ ଆଜି କାଜିରଙ୍ଗାରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ କରାଯାଇଥିଲା। ରାଷ୍ଟ୍ରପତି ଏହି ଅବସରରେ ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲେ ଏବଂ କାଜିରଙ୍ଗାରେ ଜଙ୍ଗଲ ସଫାରି ମଧ୍ୟ କରିଥିଲେ। ଆସନ୍ତାକାଲି ରାଷ୍ଟ୍ରପତି ସୁଖୋଇ ୩୦ ବିମାନରେ ଉଡ଼ାଣ ଭରିବେ।

Leave a Reply

Your email address will not be published. Required fields are marked *