ଅମୃତପାଲଙ୍କୁ ଗିରଫ କରିବାକୁ ପୁଲିସର ଆକ୍ସନ ପ୍ଲାନ୍

ଶବ୍ଦ ଓଡିଶା ବ୍ୟୁରୋ: ଖାଲିସ୍ତାନୀ ସମର୍ଥକ ଅମୃତପାଲ ସିଂହ ୨୧ ଦିନଧରି ଫେରାର ହେବା ପରେ ଗତକାଲି ଆତ୍ମସମର୍ପଣ କରିବା ଖବର ମିଳିବାରୁ ପଞ୍ଜାବ ପୁଲିସ ଫୁଲ ଦମରେ ଲାଗିପଡିଛି । ଆତ୍ମସମର୍ପଣ ପୂର୍ବରୁ ଗିରଫ କରିବାକୁ ପୁଲିସ ପୁରା ପ୍ଲାନ୍ କରିଛି । ଏଥିପାଇଁ ବିଭାଗର ସବୁ କର୍ମଚାରୀଙ୍କ ଛୁଟିକୁ ଜରୁରୀକାଳୀନ ଭାବେ ବତିଲ କରିଦିଆଯାଇଛି ।

ଅମୃତପାଲକୁ ଗିରଫ କରିବାକୁ ପୁରା ଇଲାକାରେ ନିୟୋଜିତ ହୋଇଛନ୍ତି ୫୦୦୦ରୁ ଅଧିକ ଯବାନ୍ । କାଳେ କେଉଁବାଟ ଦେଇ ପାକିସ୍ତାନ ଖସିଯିବ ସେଥିପାଇଁ ଗଳିକନ୍ଦି ଖୋଜୁଛି । ପୁଲିସ । ଅଟାରି, ରମଦାସ, ବାବା ବାକାଲା, ଖେକରନ୍ ପଟ୍ଟି, ଭିଖିବିଡ୍, ଖାସା ପରି ସ୍ଥାନରେ ଚାରିପଟେ ଘେରି ରହିଛି ପୁଲିସ ।

କେବଳ ଏତିକି ନୁହେଁ ଯେପରି କୌଣସି ଧାର୍ମିକ ସ୍ଥଳରେ ଅମୃତପାଲ ପ୍ରବେଶ ନକରେ ସେଥିପାଇଁ ପଞ୍ଜାବ ପୁଲିସ ସଜାଗ ରହିଛି । ୧୫୦ରୁ ଅଧିକ ବସଷ୍ଟାଣ୍ଡ, ସହ ୩୦୦ ସନ୍ଦିଗ୍ଧ ସ୍ଥାନରେ ଡେରା ପକାଇଛି ପଞ୍ଜାବ ପୁଲିସ ।

You May Also Like

More From Author

+ There are no comments

Add yours