ଘରୋଇ କହଳକୁ କେନ୍ଦ୍ର କରି ଏସିଡ୍ ଆକ୍ରମଣ, ୪ ଗୁରୁତର

ଶବ୍ଦ ଓଡିଶା ବ୍ୟୁରୋ: ଘରୋଇ କହଳକୁ କେନ୍ଦ୍ର କରି ଏସିଡ୍ ଆଟାକ୍ । ଏସିଡ୍ ମାଡ଼ରେ ୪ ଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସାହୁପଡ଼ା ଗାଁରେ । ଏସିଡ୍ ମାଡ଼ରେ ଗାଁର ସୁବାଷ ସାହୁ, ଖଗ ସାହୁ, ଜଗବନ୍ଧୁ ସାହୁ ଏବଂ ସଂଜୁ ସାହୁ ଆହତ ହୋଇଛନ୍ତି ।
ଏସିଡ ମାଡ଼ କରିଥିବା ତୁଳସୀ ସାହୁ ଏବଂ ନେପାଳ ସାହୁଙ୍କୁ ପୁଲିସ୍ ଗିରଫ କରିଛି । ସୂଚନା ଅନୁସାରେ ଗାଁର ଦୁଇଟି ପରିବାର ମଧ୍ୟରେ ଘରୋଇ କଳହକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ, ଗୋଟିଏ ପରିବାରର ଚାରି ଜଣଙ୍କୁ ଉପରେ ଏସିଡ ମାଡ଼ କରିଥିବା ଅଭିଯୋଗ ହୋଇଛି ।

You May Also Like

More From Author

+ There are no comments

Add yours