ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ମାମଲା,କ୍ରାଇମବ୍ରାଞ୍ଚର ତନାଘନା

ଶବ୍ଦ ଓଡିଶା ବ୍ୟୁରୋ: ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ବଲାଙ୍ଗିରରେ କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନାଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ ମାମଲାର ତଦନ୍ତ କରୁଛନ୍ତି । ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କ ସହ ସେମାନଙ୍କୁ ପତ୍ନୀଙ୍କୁ ମଧ୍ୟ ଜେରା କରାଯାଇଛି । ଦୁଇ ମାଷ୍ଟରମାଇଣ୍ଡଙ୍କ ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ସ୍ତ୍ରୀଙ୍କୁ ଟାଉନ ଥାନାକୁ ଡାକି ଗୁଡାଇ ତୁଡାଇ ପ୍ରଶ୍ନ କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚର ମହିଳା ଅଧିକାରୀ ମମତାରାଣୀ ପଣ୍ଡା ଉଭୟଙ୍କୁ ମାରାଥନ ଜେରା କରିଥିବା ସୂଚନା ମିଳିଛି ।

You May Also Like

More From Author

+ There are no comments

Add yours