ପର୍ଯ୍ୟଟକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୁରୀ ସି ବିଚ୍ ଥାନା ପୋଲିସର ତଦନ୍ତ ଆରମ୍ଭ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀରେ ପର୍ଯ୍ୟଟକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ପୁରୀ ସି ବିଚ୍ ଥାନା ଅନ୍ତର୍ଗତ ମହିଳା ମହାବିଦ୍ୟାଳୟ ନିକଟରେ ଥିବା ଏକ ହୋଟେଲରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ଅନସ ଭି.କେ । ସେ କେରଳର ବାସିନ୍ଦା ବୋଲି ଜଣାପଡ଼ିଛି।
ଖବର ପାଇ ସି ବିଚ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାକୁ ନେଇ ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ ଗତ 2 ତାରିଖରେ ମୃତକ ଜଣଙ୍କ ପୁରୀ ଆସି ଏକ ହୋଟେଲରେ ରହିଥିଲେ। ତେବେ ସେ କବାଟ ନ ଖୋଲିବାରୁ ହୋଟେଲ୍ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚି କବାଟ ଲକ୍ ଖୋଲି ମୃତଦେହ ଉଦ୍ଧାର କରିଥିଲେ। ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

You May Also Like

More From Author

+ There are no comments

Add yours