Wed. Oct 14th, 2026

ବଲିଉଡ ସୁପରଷ୍ଟାର ସଲମାନ ଖାନ ବୁଧବାର ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମୟରେ ସଲମାନ ପ୍ରଶ୍ନ କରାଯାଇଥିଲା କି ଆପଣ ଭାରତର ଭାଇଜାନ। ହେଲେ ଆପଣଙ୍କୁ ଧମକ ଦିଆଯାଉଛି। ଯାହାର ଉତ୍ତରରେ ସେ କହିଛନ୍ତି, ମୁଁ ସମସ୍ତଙ୍କର ଭାଇ ନୁହେଁ, ମୁଁ କାହାର ଭାଇ ଏବଂ କାହାର ଜୀବନ ମଧ୍ୟ ଅଟେ। ଏକ ସାକ୍ଷାତକାର ସମୟରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଖୋଲାଖୋଲି ଭାବେ ସଲମାନ ଖାନଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ।

ଲରେନ୍ସ କହିଥିଲେ ଯେ ସଲମାନ ଖାନ ଆମ ଅଞ୍ଚଳରେ ହରିଣକୁ ହତ୍ୟା କରିଛନ୍ତି। ତାଙ୍କୁ ବିକାନେରର ଆମ ମନ୍ଦିରକୁ ଯାଇ ଏଥିପାଇଁ କ୍ଷମା ମାଗିବାକୁ ପଡିବ। ଲରେନ୍ସ ଏହା ମଧ୍ୟ କହିଛନ୍ତି ଯେ ମୁଁ ବର୍ତ୍ତମାନ ଗୁଣ୍ଡା ନୁହେଁ, କିନ୍ତୁ ସଲମାନ ଖାନଙ୍କୁ ହତ୍ୟା କରିବା ପରେ ମୁଁ ଗୁଣ୍ଡା ହୋଇଯିବି।

Leave a Reply

Your email address will not be published. Required fields are marked *