ଥମୁନି ଛଟେଇ ପର୍ବ। ଅନଲାଇନ୍ ଶିକ୍ଷାଦାନ କରୁଥିବା ଦ୍ବିତୀୟ ବଡ଼ ଭାରତୀୟ କମ୍ପାନୀ ଅନ୍ଏକାଡେମୀ ପୁଣି ଥରେ ଶତାଧିକ କର୍ମଚାରୀଙ୍କ ଛଟେଇ କରିଛି। ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ ଏହାର ଚତୁର୍ଥ ଥର ଛଟେଇରେ ପ୍ରାୟ ୧୨ ପ୍ରତିଶତ କର୍ମଚାରୀ ଅର୍ଥାତ୍ ୩୮୦ କର୍ମଚାରୀଙ୍କୁ ବାହାର କରିଛି। ଗତବର୍ଷ ନଭେମ୍ବରରେ କମ୍ପାନୀ ୩୫୦ କର୍ମଚାରୀଙ୍କ ଛଟେଇ କରିଥିଲା।ଅନଏକାଡେମୀର କୋ-ଫାଉଣ୍ଡର ଏବଂ ସିଇଓ ଗୌରବ ମୁଞ୍ଜାଲ କର୍ମଚାରୀଙ୍କ ପାଇଁ ଏକ ନୋଟ୍ ଲେଖି କହିଛନ୍ତି ଯେ ‘ଆମେ ଆମର ମୁଖ୍ୟ ବ୍ୟବସାୟକୁ ଲାଭଦାୟକ କରିବା ପାଇଁ ଉଚିତ୍ ଦିଗରେ ସବୁ ପଦକ୍ଷେପ ନେଇଛୁ, ତଥାପି ଏହା ଯଥେଷ୍ଟ ନୁହେଁ। ଆମକୁ ଆହୁରି ଆଗକୁ ବଢ଼ିବାର ଅଛି। ଆମେ ଆହୁରି ଆଗକୁ ଯିବାକ ଚାହୁଛୁ।’ସେ ଆହୁରି କହିଛନ୍ତି ‘ଦୁର୍ଭାଗ୍ୟ ଯେ ଆମକୁ ଆଉ ଏକ କଠିନ ନିର୍ଣ୍ଣୟ ନେବାକୁ ପଡ଼ିଛି। ଆମେ ଆମର ଏକ ଟିମ୍ର ଆକାରରେ ୧୨ ପ୍ରତିଶତ ପର୍ଯ୍ୟନ୍ତ କମ୍ କରିବାକୁ ନିଷ୍ପତ୍ତି ନେଇଛୁ। ଆମେ ଏହି ପରିବର୍ତ୍ତିତ ପରିସ୍ଥିତିରେ ମଧ୍ୟ ନିଜ ଲକ୍ଷ୍ୟକୁ ପୂରା କରିପାରିବୁ।