Wed. Oct 14th, 2026

ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ରଦ୍ଦ ହେବା ଘଟଣା ଦାଣ୍ଡରେ ପଡି ହାଟରେ ପଡ଼ିଲାଣି। ଦେଶ ପରେ ବର୍ତ୍ତମାନ ବିଦେଶରେ ମଧ୍ୟ ଏହାର ଚର୍ଚ୍ଚା ଜୋର ଧରିଲାଣି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଜର୍ମାନୀ ପ୍ରତିକ୍ରିୟା ପ୍ରକାଶ କରିଛି। ଜର୍ମାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ରାହୁଲଙ୍କ ବିରୋଧରେ ନିଆଯାଇଥିବା କୌଣସି କାର୍ଯ୍ୟ ନ୍ୟାୟିକ ସ୍ବାଧୀନତା ମଧ୍ୟରେ ଏବଂ ତାଙ୍କର ମୌଳିକ ଅଧିକାରକୁ ଦୃଷ୍ଟିରେ ରଖି କରାଯିବ ବୋଲି ଆମେ ନିଶ୍ଚିତ।ଆମର ଜ୍ଞାନ ଅନୁଯାୟୀ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ ମଧ୍ୟ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବାର ବିକଳ୍ପ ରହିଛି। ଜର୍ମାନୀର ବୈଦେଶିକ ମନ୍ତ୍ରଣାଳୟର ବିବୃତି ପରେ ଏପର୍ଯ୍ୟନ୍ତ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

ସୂଚନାଯୋଗ୍ୟ, ୨୦୧୯ରେ ରାହୁଲଙ୍କ ‘ସବୁ ମୋଦି ଚୋର’ ମନ୍ତବ୍ୟ ପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ୨ ବର୍ଷ ଜେଲଦଣ୍ଡ ହେବା ପରେ ତାଙ୍କ ଲୋକ ସଭା ସଭ୍ୟପଦ ଚାଲିଯାଇଛି।

Leave a Reply

Your email address will not be published. Required fields are marked *