ଶ୍ରୀକ୍ଷେତ୍ରରେ ଆଜିଠାରୁ ସାହିଯାତ

ପବିତ୍ର ଶ୍ରୀରାମ ନବମୀ । ଆରମ୍ଭ ହେଉଛି ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ସାହିଯାତ । ସାହିଯାତ ଆରମ୍ଭ ପୂର୍ବରୁ ସାହି ଆଖଡ଼ାକୁ ଶ୍ରୀ ମନ୍ଦିରରୁ ରେଖାସୁନ୍ଦରୀ ଯାଇଥାଏ । ରେଖାସୁନ୍ଦରୀ କହିଲେ ମହାପ୍ରଭୁ ଙ୍କ ଶ୍ରୀ ଅଙ୍ଗ ଲାଗି ବସ୍ତ୍ର ଖଣ୍ଡିଏ । ସାହିଯାତ ରେ ଚରୁ ଅନ୍ନ ର ମଧ୍ୟ ଗୁରୁତ୍ୱପୂର୍ଣ ଭୂମିକା ରହିଛି। ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପରେ କର୍ପୁର ଆଳତି ଓ ବନ୍ଦାପନା କରାଯାଏ । ପାଳିଆ ସେବକ କ୍ଷୀର ମଣୋହି କରିବା ସହ ଜୟ ବିଜୟ ଦ୍ୱାରାରେ ଚରୁଭାତ ମଣୋହି କରିଥାନ୍ତି ।ଏହାପରେ ଠାକୁରେ ଦକ୍ଷିଣୀ ଘରକୁ ବିଜେ ହୋଇଥାନ୍ତି । ସେଇ ଚରୁଅନ୍ନ କାଲିକାଦେବୀ ସାହି ମେଳ ଗ୍ରହଣ କରିବା ପରେ ସାହିଯାତର ରାମଜନ୍ମ ଲୀଳା ପ୍ରଦର୍ଶନ କରନ୍ତି। ଅନ୍ୟାନ୍ୟ ପୌରାଣିକ ଚରିତ୍ରଙ୍କ ଉପସ୍ଥିତିରେ ଶ୍ରୀମନ୍ଦିରରେ ପୂଜାଵିଧି ସମ୍ପନ୍ନ ହୋଇ ରାଜା ନଅର ଯିବେ। 8 ସାହି ମୁରବି ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ସାହିରେ ସ୍ୱାଗତ କରାଯିବ।

You May Also Like

More From Author

+ There are no comments

Add yours