Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ:କଟକ ଏସସିବି ମେଡିକାଲର କିଡନୀ ପ୍ରତିରୋପଣରେ ପୁଣି ଏକ ସଫଳତା ନଜର ଆସିଛି। କଟକ ଜଗତପୁର ଅଞ୍ଚଳ ଜଣେ ବ୍ରେନ୍‌ ଡେଡ୍ ମହିଳାଙ୍କ ଅପରେସନ କରାଯାଇ ଦୁଇଟି କିଡନୀ କଢାଯାଇ ଦୁଇ ଜଣ କିଡ୍‌ନୀ ରୋଗୀଙ୍କ ଠାରେ ସଫଳ ପ୍ରତିରୋପଣ କରାଯାଇଛି।

ସୂଚନା ମୁତାବକ, ଜଗତପୁରର ଏହି ମହିଳା କୌଣସି କାରଣରୁ ଗୁରୁତର ହୋଇ ପ୍ରଥମେ କଟକ ଏସସିବି କାର୍ଡିଓଥୋରାସିସ ବିଭାଗରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ବ୍ରେନ୍‌ଡେଡ ଘୋଷଣା କରିଥିଲେ ଡାକ୍ତର। ଏହାପରେ ତାଙ୍କ ପରିବାର ଲୋକେଙ୍କ ସହମତିରେ ତାଙ୍କ ଶରୀରରୁ ଦୁଇଟି କିଡନୀ ସଫଳ ଅସ୍ତ୍ରୋପଚାର କରାଯିବା ସହ କଢାଯାଇଥିଲା। ଯାହାକୁ ଦୁଇ ଜଣ କିଡନୀ ରୋଗୀଙ୍କ ଠାରେ ପ୍ରତିରୋପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *