ବୌଦ୍ଧରେ ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଅତର୍କିତ ଗୁଳିମାଡ଼

ଶବ୍ଦ ଓଡିଶା ବ୍ୟୁରୋ: ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୁଳିମାଡ । ଗତକାଲି ରାତିରେ ବୌଦ୍ଧ ବଘିଆପଡା ଖଲିଆପାଲି ଛକରେ ବନ କର୍ମଚାରୀଙ୍କ ଉପରେ ଗୁଳିମାଡ ହୋଇଥିବା ସୂଚନା । ଦୁର୍ବୃତଙ୍କ ଗୁଳିମାଡରେ ଦୁଇ ବନବିଭାଗ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଫରେଷ୍ଟଗାର୍ଡ ନବ କୁମାର ସାହୁ ଓ ଫରେଷ୍ଟଗାର୍ଡ ନୀଳାଚଳ ପ୍ରଧାନ । ଗତକାଲି ବିଳମ୍ବିତ ରାତିରେ ବନବିଭାଗ କର୍ମଚାରୀ ପାଟ୍ରୋଲିଂ କରୁଥିଲେ । ଖଲିଆପାଲି ଛକରେ ବନବିଭାଗର ପାଟ୍ରୋଲିଂ ଗାଡି ପହଞ୍ଚିବା ପରେ ୪ ଜଣ ଦୁର୍ବୃତ୍ତ ଅତର୍କିତ ଭାବେ ଗାଡି ଉପରେ ଗୁଳି ଚଳାଇ ଘଟଣାସ୍ଥଳରୁ ଖସିଯାଇଥିଲେ ।

You May Also Like

More From Author

+ There are no comments

Add yours