ଆଜି ବାଜିବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବିଗୁଲ। ଦିନ ସାଢେ ୧୧ଟାରେ ଘୋଷଣା ହେବ ତାରିଖ ।

ଶବ୍ଦ ଓଡିଶା ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ବାଜିବ ବିଗୁଲ । ଦିନ ସାଢେ ୧୧ଟାରେ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ତାରିଖ ଘୋଷଣା କରିବେ ଜାତୀୟ ନିର୍ବାଚନ କମିସନ । ତେବେ ତାରିଖ ଘୋଷଣା କରିବା ପରେ ଆଜିଠୁ କର୍ଣ୍ଣାଟକରେ ନିର୍ବାଚନ ଆଚରଣବିଧି ଲାଗୁ ହେବ । କର୍ଣ୍ଣାଟକରେ ୨୨୪ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଆସନ୍ତା ମେ ୨୪ ତାରିଖରେ କ୍ଷମତାରେ ଥିବା ବାସବରାଜ ବୋମାଇ ସରକାରଙ୍କ କାର୍ଯ୍ୟକାଳ ସରୁଛି । ଏହାପୂର୍ବରୁ ରାଜ୍ୟରେ ନିର୍ବାଚନ ହେବା ଜରୁରୀ, ତେଣୁ ୨୨୪ ଆସନରେ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିବେ ଇଲେକ୍ସନ କମିସନ ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ସବୁ ଦଳ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୨୪ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି । ପୂର୍ବରୁ କର୍ଣ୍ଣାଟକ ମେଣ୍ଟ ସରକାରର ଉତଥାନ ପତନ ଦେଖିସାରିଥିବାରୁ ଏଥର ଲଢେଇ ଜୋରଦାର ହେବ ବୋଲି କୁହାଯାଉଛି । ୨୦୧୮ ମସିହା ବିଧାନସଭା ନିର୍ବାଚନରେ କୌଣସି ଦଳ ବହୁମତ ହାସଲ କରିପାରିନଥିଲେ । ମୋଟ ୨୨୪ ଆସନ ମଧ୍ୟରୁ ବିଜେପି ୧୦୪ ଆସନ ପାଇଥିଲା ବେଳେ କଂଗ୍ରେସ ୮୦ ଓ ଜେଡିଏସ ୩୭ ଆସନରେ ବିଜୟୀ ହୋଇଥିଲେ ।

You May Also Like

More From Author

+ There are no comments

Add yours