ଆଜି ରୁକୁଣା ରଥଯାତ୍ରା : ସାଢେ ୩ଟାରେ ଆରମ୍ଭ ହେବ ରଥଟଣା

ଶବ୍ଦ ଓଡିଶା ବ୍ୟୁରୋ: ଆଜି ରୁକୁଣା ରଥଯାତ୍ରା । ରଥରେ ବିଜେ କରି ଯାତ୍ରା କରିବେ ମହାପ୍ରଭୁ ଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଉଭଣୀ ରୁକ୍ମିଣୀ । ଦ୍ୱାଦଶୀ ଅର୍ଥାତ୍ ରବିବାର ଦିନ ମାଉସୀ ମା’ ଘରୁ ବାହୁଡିବେ । ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରଥଯାତ୍ରା ପାଇଁ ପହଣ୍ଡି ନୀତି ସାଢେ ୧୨ଟାରେ ଆରମ୍ଭ ହୋଇ ସାଢେ ଗୋଟାଏରେ ଶେଷ ହେବ । ରଥ ଉପରେ ପୂଜା ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସରିବା ପରେ ରଥ ଟଣା ଆରମ୍ଭ ହେବ ।

ଠାକୁର ରାମେଶ୍ୱର ମନ୍ଦିରକୁ ୭ଟା ୩୦ରେ ବିଜେ କରିବେ । ଅଶୋକାକୁଣ୍ଡ ପାଣିରେ ସ୍ନାନ କଲାପରେ ୧୪ଟି ଅଶୋକ କଢି ଲାଗି କରାଯିବ । ଏହା ପରେ ଭେଟ ଆଳତି ନୀତିରେ ମହାପ୍ରଭୁ ରାମେଶ୍ୱରଙ୍କୁ ସାକ୍ଷାତ କରିବେ । ରୁକୁଣା ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୨ ଜଣ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ୧୨ ଜଣ ଡିଏସପି ରାଙ୍କର ଅଧିକାରୀ ଓ ୮୦ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି ।

You May Also Like

More From Author

+ There are no comments

Add yours