ଆମେରିକା ସ୍କୁଲରେ ଗୁଳିକାଣ୍ଡ, ୬ ମୃତ

ଶବ୍ଦ ଓଡିଶା ବ୍ୟୁରୋ: ଆମେରିକାର ସ୍କୁଲରେ ଗୁଳିକାଣ୍ଡ । ଗୁଳିକାଣ୍ଡରେ ତିନି ଛୋଟ ପିଲାଙ୍କ ସମେତ ୬ ମୃତ । ସୋମବାର ଜଣେ ମହିଳା ଆକ୍ରମଣକାରୀ ନାଶଭିଲର ଏକ ପ୍ରାଥମିକ ବିଦ୍ୟାଳୟରେ ଗୁଳିମାଡ କରିଛନ୍ତି । ନାଶଭିଲ ପୋଲିସ କହିଛି ଯେ ୨୮ ବର୍ଷୀୟା ବୟସ୍କ ମହିଳା ସୁଟରଙ୍କୁ ହତ୍ୟା କରାଯାଇଛି ।
ତେବେ ଘଟଣାର କାରଣ ପୋଲିସ ଏ ପର୍ଯ୍ୟନ୍ତ ପ୍ରକାଶ କରିନାହିଁ । ମୃତ ପିଲାଙ୍କ ବୟସ ୧୨ ବର୍ଷରୁ କମ୍ ଥିଲା । ଅଧିକାରୀମାନେ କହିଛନ୍ତି ଯେ ସକାଳ ପ୍ରାୟ ୧୦ଟା ସମୟରେ ପ୍ରଥମ ଜରୁରୀକାଳୀନ ସାଇରନ ବାଜିଥିଲା । ଏହାର ୧୫ ମିନିଟ୍ ମଧ୍ୟରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷାବାହିନୀ ଗୁଳି ଚଳାଇଥିଲେ । ଅଧିକାରୀ କହିଛନ୍ତି ଯେ ଘଟଣାର ପଛରେ ମହିଳାଙ୍କ ଉଦ୍ଦେଶ୍ୟ କ’ଣ ରହିଛି ତାହାର ତଦନ୍ତ କରାଯାଉଛି

You May Also Like

More From Author

+ There are no comments

Add yours