୪ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି

ଶବ୍ଦ ଓଡିଶା ବ୍ୟୁରୋ: ପଶ୍ଚିମା ଝଡ଼ ଯୋଗୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏପରି ଘଡ଼ଘଡ଼ି ସହ ବର୍ଷା ଜାରି ରହିବା ସମ୍ଭାବନା ରହିଛି । ଆସନ୍ତାକାଲି ରାତିରୁ ଦେଶର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିବ ଆଉ ଏକ ପଶ୍ଚିମାଝଡ । ଏହାକୁ ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଏହା ପ୍ରଭାବରେ ୨୮, ୨୯, ୩୦ ଓ ୩୧ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ରାଜ୍ୟର ବିଭିନ୍ନ ସ୍ଥାନରେ ମାର୍ଚ୍ଚ ୩୦ ଓ ୩୧ ତାରିଖରେ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ମଧ୍ୟ ପଶ୍ଚିମାଝଡ ପ୍ରଭାବରେ ବର୍ଷା ଲାଗି ରହିଛି । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତମାନ ପଶ୍ଚିମାଝଡ ପ୍ରଭାବରେ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହିବ । ତେବେ ଏହାର ପ୍ରଭାବ ଶେଷ ନହେଉଣୁ ୨୯ ତାରିଖରେ ଆଉ ଏକ ପଶ୍ଚିମାଝଡ ଆସିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।

You May Also Like

More From Author

+ There are no comments

Add yours