ଓଡ଼ିଆରେ ଆଇପିଏଲ କମେଣ୍ଟ୍ରି କରିବେ କଟକ ଝିଅ

ପ୍ରଥମଥର ପାଇଁ ଓଡ଼ିଆରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର କମେଣ୍ଟ୍ରି ହେବ । ପ୍ରସାରଣ ଦାୟିତ୍ୱ ନେଇଥିବା ସଂସ୍ଥା ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି । ମୋବାଇଲ ଆପ୍ଲିକେସନରେ ଓଡ଼ିଆ କ୍ରିକେଟପ୍ରେମୀ ଏହାର ମଜା ନେଇ ପାରିବେ । ମ୍ୟାଚ୍‌ ଆରମ୍ଭ ପୂର୍ବରୁ କ୍ରିକେଟ ବିଶାରଦମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ହେବ ।ଯାହାକୁ ପରିଚାଳନା କରିବେ କଟକର ଝିଅ ଲୋରିଆ ମହାନ୍ତି । ବିଡ଼ାନାସୀ ଅଞ୍ଚଳର ଲୋରିଆ ସୋମବାର ମୁମ୍ୱାଇ ଅଭିମୁଖେ ଯାତ୍ରା କରିବେ । ମିଳିଥିବା ସୂଚନା ଅନୁସାରେ, ଟେଲିଭିଜନ ଦୁନିଆରେ ଲୋରିଆ ଜଣେ ପରିଚିତ ଚେହେରା । ଘୋଷକ ଭାବେ ୧୦ବର୍ଷରୁ ଅଧିକ ଦିନର ଅଭିଜ୍ଞତା ରହିଛି । ପିତା ଗୋପୀନାଥ ମହାନ୍ତି ଓ ମା’ ମୀରାରାଣୀ ମହାନ୍ତିଙ୍କ ଝିଅ ଲୋରିଆଙ୍କୁ ଆଇପିଏଲରେ କାର୍ଯ୍ୟକ୍ରମ ସଂଯୋଜନା କରିବା ନିମନ୍ତେ ଚୟନ କରାଯାଇଛି । ମନୋରଞ୍ଜନ ଦୁନିଆରେ ଦୀର୍ଘବର୍ଷ ହେବ ସେ ମଞ୍ଚ ପରିଚାଳନା କରୁଛନ୍ତି । ‘କ୍ରିକେଟ ମହାକୁମ୍ଭରେ ବିଶେଷଜ୍ଞମାନଙ୍କୁ ନେଇ କାର୍ଯ୍ୟକ୍ରମ ପରିଚାଳନା କରିବା ନିଶ୍ଚିତ ଭାବେ ଚ୍ୟାଲେଞ୍ଜିଂ ରହିବ ବୋଲି ସେ କହିଛନ୍ତି ।

You May Also Like

More From Author

+ There are no comments

Add yours