Thu. Oct 15th, 2026

ପ୍ରଥମେ ପାରା ଏବଂ ପରେ ସନ୍ଦିଗ୍ଧ ବେଲୁନକୁ ନେଇ ଜୋର ଧରିଛି ଚର୍ଚ୍ଚା। କେନ୍ଦୁଝର ଜିଲ୍ଲା ଯୋଡ଼ା ବିରିକଳା ଗାଁରେ ଏକ ସନ୍ଦିଗ୍ଧ ବେଲୁନ୍ ଓ ଯନ୍ତ୍ରାଂଶ ଠାବ ହୋଇଛି। ଖବର ପାଇ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏକ ଆମ୍ବ ଗଛରେ ଗୋଟିଏ ଯନ୍ତ୍ରାଂଶ ଲାଗିଥିବା ବେଳେ, ବେଲୁନ୍ ତଳେ ପଡ଼ି ଫାଟି ଯାଇଛି । ଆକାଶ ମାର୍ଗରୁ ଏହି ବେଲୁନ ଗଛରେ ଘଷି ହୋଇ ଫାଟି ଯାଇଥିବା ଅନୁମାନ କରାଯାଉଛି । ତେବେ ବେଲୁନ କିଏ ଉଡ଼ାଉଥିଲା ଓ ଉଦ୍ଦେଶ୍ୟ କଣ ସେନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି । ଏନେଇ ତଦନ୍ତ ପାଇଁ ଲୋକମାନେ ଦାବି କରିଥନ୍ତି।

Leave a Reply

Your email address will not be published. Required fields are marked *