Thu. Oct 15th, 2026

୨୦୩୦ ସୁଦ୍ଧା ଦେଶରେ ଚାଲିବ ୬ଜି ସେବା । ନିକଟରେ ୫ଜି ଟେଲିକମ୍ ସେବା ଆରମ୍ଭ ହୋଇଛି । ଆଉ ୫ଜି ଲଞ୍ଚ ହେବାର ମାତ୍ର ଛଅ ମାସ ପରେ ଆଉ ଏକ ପିଢୀ ପାଇଁ କାମ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଛନ୍ତି ଭିଜନ ଡକ୍ୟୁମେଣ୍ଟ୍‌ । ଯେଉଁଥିରେ ଦେଶରେ ୨୦୩୦ ସୁଦ୍ଧା ୬ଜି ସେବା ଉପଲବ୍ଧ ହେବା ନେଇ ଉଲ୍ଲେଖ ରହିଛି । ଦେଶରେ ୬ଜି ପ୍ରଜୋକ୍ଟ ପାଇଁ ପାଣ୍ଠି, ଗବେଷଣା ଓ ପ୍ରଯୁକ୍ତି ମୂତୟନ ଲାଗି ଭାରତ ୬ଜି ପ୍ରକଳ୍ପ ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ। ପ୍ରକଳ୍ପର ଅଗ୍ରଗତି ଉପରେ ନଜର ରଖିବା ଲାଗି ସରକାର ଏକ ଶୀର୍ଷ ପରିଷଦ ଗଠନ କରିଛନ୍ତି ।ଦେଶକୁ ପ୍ରଯୁକ୍ତି ବିଦ୍ୟାରେ ଶସକ୍ତ କରିବା ଲକ୍ଷ୍ୟରେ ଜାରି ରହିଛି କାର୍ଯ୍ୟ । ବିଶ୍ୱରେ ଭାରତକୁ ଅଗ୍ରଣୀ ଦେଶ ଭାବେ ଉଭା ହେବାକୁ ଭାରତ ଚାହୁଛି। ସେଥିପାଇଁ ଏହି ପ୍ରଯୁକ୍ତିରେ ଗବେ‌ଷଣାକୁ ବ୍ୟାପକ କରାଯାଇଛି। ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ୫ଜି ସେବା ଆରମ୍ଭ କରିବାର ଛଅ ମାସ ପରେ ଆମେ ୬ଜି କଥା କହୁଛୁ। ଏଥିରୁ ଭାରତର ବିଶ୍ବାସ ସ୍ତର କ’ଣ ତାହା ଜଣାପଡ଼ୁଛି। ୪ଜି ପୂର୍ବରୁ ଭାରତ ଟେଲିକମ୍ ପ୍ରଯୁକ୍ତିକୁ କେବଳ ବ୍ୟବହାର କରୁଥିଲା। ସେଗୁଡ଼ିକୁ ବାହାରୁ ମଗାଉଥିଲା। ଏବେ କିନ୍ତୁ ଟେଲିକମ୍ ପ୍ରଯୁକ୍ତିର ଏକ ବଡ଼ ରପ୍ତାନିକାରୀ ଭା‌ବେ ଭାରତ ଉଭା ହୋଇଛି । ୬ଜିକୁ ନେଇ ଭାରତ ପାଖରେ ୧୨୬ ପାଖାପାଖି ପେଟେଣ୍ଟ୍‌ ଥିବା କହିଛନ୍ତି ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଥିବା ଭିଜନ ଡକ୍ୟୁମେଣ୍ଟ୍‌ରେ ଉଲ୍ଲେଖ ରହିଛି ପ୍ରଯୁକ୍ତି ବିଦ୍ୟାର କାର୍ଯ୍ୟ ସମ୍ବନ୍ଧରେ । ୬ଜି ଦେଶକୁ ସକ୍ଷମ ଶସକ୍ତ ଏବଂ ଟେକନିକରେ ବହୁତ ସହାୟକ ହେବ । କହିବାକୁ ଗଲେ ୬ଜି ରିମୋଟ୍‌ରେ କାରଖାନା ଚଲାଇବା । ସେଲ୍‌ଫ ଡ୍ରାଇଭିଂ କାର୍‌ । ସ୍ମାର୍ଟ ଓୟାରେବଲ୍‌ ଆଦିରେ ବ୍ୟବହାର କରିବାକୁ ଉଦ୍ୟମ କରାଯିବ। ଏମିତିକି ବିଶେଷ କରି ମେଡିକାଲ ସେକ୍ଟରରେ ବିଶେଷ ସହାୟକ ହେବ ୬ଜି ସେବା । ଜଣେ ଜାକ୍ତର ଅନ୍ୟ ଦେଶରେ ରହି ମଧ୍ୟ ରୋବଟ ସାହାଯ୍ୟରେ ସଫଳ ଅସ୍ତ୍ରୋପ୍ରଚାର କରିପାରିବେ । ଖୁବ ଶୀଘ୍ର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ସକ୍ଷମ ହେବ । ଅର୍ଥାତ ୬ଜି ସେବା ଗବେଷଣାରେ ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ସେବା ପ୍ରଦାନକାରୀମାନଙ୍କୁ ସହାୟ ହେବ ।

Leave a Reply

Your email address will not be published. Required fields are marked *