Thu. Oct 15th, 2026

ଡିଜେ ଆଜେକ୍ସ ଆତ୍ମହତ୍ୟା ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ।ମୃତ୍ୟୁ ପୂର୍ବରୁ ବାନ୍ଧବୀଙ୍କ ସହ ୯୭ ସେକେଣ୍ଡ କଥା ହୋଇଥିଲେ ଆଜେକ୍ସ। ପରେ ବାନ୍ଧବୀ ଭିଡିଓ କଲ୍‌ କରିଥିଲେ ବି ସେ ଉଠାଇ ନ ଥିଲେ। ବାନ୍ଧବୀଙ୍କ ଭିଡିଓ କଲ୍‌ ବେଳକୁ ଆଜେକ୍ସ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ତାଙ୍କ ମୋବାଇଲ୍‌, ଲାପଟପ ଯାଞ୍ଚ କରିବ ସାଇବର ଟିମ୍‌। ସୋସିଆଲ ମିଡିଆ ମେସେଜ ମଧ୍ୟ ଯାଞ୍ଚ ହେବା ନେଇ ସୂଚନା ରହିଛି। ଆଜେକ୍ସଙ୍କ ମେଲ୍‌ ଆଇଡି ପାସୱାର୍ଡ ମଧ୍ୟ ବଦଳାଇଲା ପୋଲିସ। ସେହିପରି ଖାରବେଳ ନଗର ଥାନାରେ ପହଁଚିଛି ସାଇବର ଟିମ୍। ଖାରବେଳ ନଗର ଥାନାରେ ଡିଜିଟାଲ ଏଭିଡେନ୍ସ ଯାଞ୍ଚ କରାଯାଉଛି। ଆଜେକ୍ସଙ୍କ ମୃତ୍ୟୁ ପରେ ଜବତ ହୋଇଥିଲା ବହୁ ଡିଜିଟାଲ ଦସ୍ତାବିଜ୍। ଯାହାକୁ ବର୍ତ୍ତମାନ ଯାଞ୍ଚ୍ କରାଯାଉଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *