ଜିଲ୍ଲା ସ୍ତରୀୟ ଆଶା ସମ୍ମିଳନୀ ଅନୁଷ୍ଠିତ

ପୁରୀ ଜିଲ୍ଲା ସ୍ତରୀୟ ଆଶା ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଆଜି ପୂର୍ବାହ୍ନରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ କ୍ଷେତ୍ରରେ ଆଶାକର୍ମୀମାନଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଗୋଟିଏ ସମୟରେ ହସ୍ପିଟାଲମାନଙ୍କରେ ଡେଲିଭରିର ମାତ୍ରା କମ ଥିଲା। ସେଥିପାଇଁ ଉଭୟ ମା ଓ ଶିଶୁ ମୃତ୍ୟୁ ହାର ବଢୁଥିଲା । ଯେଉଁଥିପାଇଁ ବିପଦପୂର୍ଣ୍ଣ ଭାବେ ଘରେ ପ୍ରସବ ଦାୟୀ ଥିଲା। କିନ୍ତୁ ଆଶାକର୍ମୀମାନଙ୍କର ପରିଶ୍ରମ ଓ ନିଷ୍ଠା ଫଳରେ ସ୍ୱାସ୍ଥ୍ୟ ସେବାରେ ଦୃତ ଉନ୍ନତି ଘଟିବା ସହ ମାତୃ ଓ ଶିଶୁ ମୃତ୍ୟୁ ହାର ବହୁତ କମିଛି। ସେହିପରି ଗାଁ କଲ୍ୟାଣ ସମିତି ମଧ୍ୟ ସ୍ୱାସ୍ଥ୍ୟ ସେବାରେ ଯଥେଷ୍ଟ ଅବଦାନ ରଖିଛନ୍ତି ବୋଲି କହିବା ସହ ସମସ୍ତଙ୍କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର ସ୍ୱାସ୍ଥ୍ୟ ସେବା ଜିଲ୍ଲା ପ୍ରଶାସନର ଏକ ମୁଖ୍ୟ ଅଙ୍ଗ। ଆଶା କର୍ମୀ ଓ ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତିମାନଙ୍କ ସାମୁହିକ ଉଦ୍ୟମ ଫଳରେ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାରେ ବ୍ୟାପକ ସୁଧାର ଆସିଛି ବୋଲି ସେ କହିଥିଲେ। ପୁରୀ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଆଶାକର୍ମୀମାନେ ସାଧାରଣ ବ୍ୟକ୍ତିଙ୍କ ପାଇଁ ଆଶା ଭରସା ପାଲଟିଛନ୍ତି ବୋଲି କହିବା ସହ ମା’ ଗର୍ଭ ରେ ଥିବା ଭୃଣ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେମାନଙ୍କୁ ସେବା ଯୋଗାଇବାର କାର୍ଯ୍ୟକୁ ସେ କୃତଜ୍ଞତା ଜଣାଇଥିଲେ।ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ସୁଜାତା ମିଶ୍ର ଏଥିରେ ଅଧ୍ୟକ୍ଷତା କରିବା ସହ ଆଶା, ଗାଁ କଲ୍ୟାଣ ସମିତି ଓ ଆରୋଗ୍ୟ ସମିତି ମାଧ୍ୟମରେ ମାତୃ ଓ ଶିଶୁ ମୃତ୍ୟୁ ହାର ଯଥେଷ୍ଟ କମିବା ସହ ସ୍ୱାସ୍ଥ୍ୟ ସଚେତନତା ମଧ୍ୟ ବୃଦ୍ଧି ପାଇଛି ବୋଲି କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ଃ ଲଲାଟେନ୍ଦୁ ମିଶ୍ର, ଡ଼ଃ ବିରଜା ଶଙ୍କର ରଥ, ଡିପିଏମ ଟି. ନାରାୟଣ ରାଓ, ସହକାରୀ ମ୍ୟାନେଜର ଅଶୋକ କୁମାର ସାହୁ ପ୍ରମୁଖ ଯୋଗ ଦେଇ ସମ୍ମିଳନୀର ଆଭିମୁଖ୍ୟ, ସ୍ୱାସ୍ଥ୍ୟ ସେବାରେ ଆଶା, ରୋଗୀ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ପରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୭ଜଣ ଆଶାକର୍ମୀ, ୧୧ଗୋଟି ଗାଁ କଲ୍ୟାଣ ସମିତି ଓ ୨୨ଗୋଟି ମହିଳା ଆରୋଗ୍ୟ ସମିତିଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଜିଲ୍ଲା ଆକାଉଣ୍ଟସ୍ ମ୍ୟାନେଜର ବିଜୟ କୁମାର ନାୟକ ସଭା ପରିଚାଳନା କରିଥିଲେ।

ସେହିପରି ରବୀନ୍ଦ୍ର ପ୍ରଧାନ, ଡିପିଏଚସିଓ, ସନ୍ତୋଷ ମିଶ୍ର, ପ୍ରଶାନ୍ତ ବରାଳ, ଡିଏମଆରସିଏଚ, ମନୋଜ ପଣ୍ଡା, ଆସିଷ୍ଟାଣ୍ଟ ମ୍ୟାନେଜେର, ଡିଡିମ ଓ ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେI

You May Also Like

More From Author

+ There are no comments

Add yours