ଜଗା ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ; ପୁରୀରେ ନିର୍ମାଣ ହେବ ପଶ୍ଚିମବଙ୍ଗ ଭବନ

ଆଜି ଅପରାହ୍ଣରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ଶ୍ରୀମନ୍ଦିରକୁ ଯାଇଥିଲେ। ମନ୍ଦିରର ଭିତର କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲୋଡିଥିଲେ। ଶ୍ରୀଜିଉଙ୍କୁ ତୁଳସୀ ଲାଗି କରିବା ପରେ ମନ୍ଦିର ବେଢା ବୁଲିଥିଲେ ମମତା। ପରେ ବେହରଣ ଦ୍ୱାରରୁ ବାହାରି ମୁକ୍ତି ମଣ୍ଡପରେ ମୁଣ୍ଡିଆ ମାରିଥିଲେ। ଏହାସହ ପୁରୀ ବଳିଆପଣ୍ଡା ଅଞ୍ଚଳରେ ପଶ୍ଚିମବଙ୍ଗ ଭବନ ପାଇଁ ଜାଗା ଦେଖି ପସନ୍ଦ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତାଙ୍କୁ ଜାଗା ଦେଖାଇଲେ ମୁଖ୍ୟ ସଚିବ ପ୍ରଦୀପ ଜେନା। ପଶ୍ଚିମବଙ୍ଗରୁ ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ଏଇଠି ତିଆରି ହେବ ଅତିଥି ଭବନ। ଏଣିକି ସ୍ୱଳ୍ପ ଖର୍ଚ୍ଚରେ ଅତିଥି ଭବନରେ ରହିପାରିବେ ବଙ୍ଗୀୟ ପର୍ଯ୍ୟଟକ l

ପୁରୀରେ ନିର୍ମାଣ ହେବ ପଶ୍ଚିମବଙ୍ଗ ଭବନ। ଏଥିପାଇଁ ସେ ଜାଗା ଦେଖିଛନ୍ତି। ପୁରୀ ବଳିଆପଣ୍ଡା ଅଂଚଳରେ ଚିହ୍ନଟ ହୋଇଥିବା ଜାଗାକୁ ମୁଖ୍ୟ ସଚିବ ପ୍ରଦୀପ ଜେନା ଦେଖାଇଥିବା ବେଳେ ମମତା ପସନ୍ଦ ବି କରିଛନ୍ତି। ପଶ୍ଚିମବଙ୍ଗରୁ ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ସେଠାରେ ଅତିଥି ଭବନ ନିର୍ମାଣ ହେବ। ସ୍ୱଳ୍ପ ଖର୍ଚ୍ଚରେ ବଙ୍ଗୀୟ ପର୍ଯ୍ୟଟକ ଏହି ଅତିଥି ଭବନରେ ରହିପାରିବେ। ବଙ୍ଗାଳୀ ଅତିଥି ଭବନ ପାଇଁ ଜମି ପରିଦର୍ଶନ କରିବା ପରେ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ଦୁଇ ଭଉଣୀ ସହ ତୁଳନା କରିଛନ୍ତି ମମତା ବାନାର୍ଜୀ।

ତେବେ ଆସନ୍ତାକାଲି ମମତା ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭେଟ ପରେ ରାଜ୍ୟ ସରକାର କେତେ ପରିମାଣର ଜମି ଯୋଗାଇବେ ତାହା ସ୍ପଷ୍ଟ ହେବ।

You May Also Like

More From Author

+ There are no comments

Add yours