Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା ! ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଦମକୁଡା ଗାଁରେ ଏହି ଘଟଣା ଘଟିଛି । ଘରୋଇ କଳହ ଯୋଗୁଁ ଏପରି ଘଟଣା ଘଟିଥିବା ପୋଲିସ ସନ୍ଦେହ କରୁଛି । ଦମକୁଡ଼ା ଗାଁର ହେମନ୍ତ ଦଣ୍ଡସେନା ଓ ତା ସ୍ତ୍ରୀ ବର୍ଷେ ପୂର୍ବେ ବାହା ହୋଇଥିଲେ । ହେମନ୍ତ ଗୋଆ ଦାଦନ ଖଟିବାକୁ ଯାଇ ହୋଲି ବେଳକୁ ଘରକୁ ଫେରିଥିବା ବେଳେ ସ୍ତ୍ରୀ ଶାଶୁ ଏବଂ ନଣନ୍ଦଙ୍କ ସହିତ ରହୁଥିଲା ।
ହେମନ୍ତ ଘରକୁ ଫେରିବା ପରେ ସ୍ବାମୀ ସ୍ତ୍ରୀ ପରିବାର ଠାରୁ ଅଲଗା ହୋଇ ରହୁଥିଲେ। ଗତକାଲି କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଲା ପରେ ହେମନ୍ତ ରାଗରେ ସ୍ତ୍ରୀ ଶୋଇଥିବା ବେଳେ ତକିଆରେ ଚିପି ତାକୁ ହତ୍ୟା କରି ନିଜେ ଦଉଡି ଦେଇ ଆତ୍ମହତ୍ୟା କରିଛି । ରାତିରେ ଘଟଣା ଜାଣିବା ପରେ ପୋଲିସ ପହଞ୍ଚି ତଦନ୍ତ କରିଛି ।

Leave a Reply

Your email address will not be published. Required fields are marked *