ପୁରୀରେ ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ଶବ୍ଦ ଓଡିଶା ବ୍ୟୁରୋ: ବିଭିନ୍ନ ଅପରାଧରେ ଜଡ଼ିତ ଅଭ୍ୟାସଗତ ଅପରାଧୀଙ୍କୁ ସାବାଡ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଅପରାଧରେ ଜଡ଼ିତ ଥାଇ ଅଟକ ବା ଗିରଫ ହୋଇ ଭଲ ଆଚରଣ ପ୍ରଦର୍ଶନ କରିବାକୁ ୧୧୦ରେ ବଣ୍ଡ ଦେଇ ମୁକୁଳି ଥିବା ଓ ଏହାର ଉଲ୍ଲଘଂନ କରି ପୁଣି ଅପରାଧ ରେ ଜଡ଼ିତ ଅପରାଧୀମାନଙ୍କ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଆଇନ ଶୃଙ୍ଖଳା ରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସ୍ପଷ୍ଟ କରି ଦିଆଯାଇଛି ।

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେଏସଡିଏମ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅପରାଧ ଓ ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ସହର ତଥା ଜିଲ୍ଲାରେ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ। ୨୬୩ ଜଣ ବଣ୍ଡ ଦେଇ ମୁକୁଳି ଥିବା ବ୍ୟକ୍ତିଙ୍କ ମଧ୍ୟରୁ ପରବର୍ତ୍ତୀ ସମୟରେ ଦେବୀଘାଟର ରୁମାନୀ ପ୍ରସାଦ ସିଂ, ମାର୍କଣ୍ଡେଶ୍ୱର ସାହିର ବାପୁନା ଓରଫ ସନ୍ତୋଷ ରାଉତ, ଲୋକନାଥ୍ ରୋଡର ଜୁଲୁ ଓରଫ ଜ୍ଞାନେନ୍ଦ୍ର ମାଣିଆ ପୁନଃ ଅପରାଧରେ ଜଡ଼ିତ ହେଉଥିବା ଜଣାଯାଇଛି ।

ସିଆରପିସି ଧାରା ୧୨୨, ୧ବି ଅନୁଯାୟୀ ଭଲ ବ୍ୟବହାର ପାଇଁ ବଣ୍ଡ ଦେଇ ମୁକୁଳି ଥିବା ବ୍ୟକ୍ତି ଯଦି ପୁଣି ଅପରାଧରେ ଜଡ଼ିତ ହୁଏ ତେବେ ବଣ୍ଡରେ ଉଲ୍ଲେଖ ୩ ବର୍ଷରୁ ବାକିଥିବା ସମୟର ସଜା ତାକୁ ଭୋଗିବାକୁ ପଡ଼ିବ ବୋଲି ଉପଜିଲ୍ଲାୁପାଳ କରିଦେଇଥିଲେ। ଏପରିକି ବଣ୍ଡ ନିୟମ ଅନୁସାରେ ସଂପୃକ୍ତ ଥାନାରେ ନିର୍ଦ୍ଧାରିତ ସମୟରେ ହାଜର ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ। ଅତିରିକ୍ତ ଏସପି ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା ଅପରାଧୀଙ୍କ ପ୍ରତି ପୋଲିସ ପ୍ରଶାସନ କଡାନଜର ରଖିବା ସହ ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଜଣାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏସଡିପିଓ କିଶୋର କୁମାର ମୁଣ୍ଡ, ସିଟି ଡିଏସପି କେ କେ ହରିପ୍ରସାଦ, ସମସ୍ତ ଥାନାର ଆଇଆଇସି ପ୍ରମୁଖ ଯୋଗ ଦେଇଥିଲେ।

You May Also Like

More From Author

+ There are no comments

Add yours