କୁଡୁମୀ ଜାତିକୁ ପୁନଃ ଆଦିବାସୀ ବର୍ଗରେ ସାମିଲ ଦାବି, ୬ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପାଳନ

ଶବ୍ଦ ଓଡିଶା ବ୍ୟୁରୋ: କୁଡୁମୀ ଜାତିକୁ ପୁନଃ ଆଦିବାସୀ ବର୍ଗରେ ସାମିଲ କରିବା ଦାବିରେ “କୁଡୁମୀ ସେନା” ପକ୍ଷରୁ ଆଜି ୬ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା । ସକାଳ ୬ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ,ରାସ୍ତାଘାଟ , ସରକାରୀ କାର୍ଯ୍ୟାଳୟ ଇତ୍ୟାଦି ସ୍ଥାନମାନଙ୍କରେ ବନ୍ଦ ପାଳନ କରାଯାଉଛି । ବାରିପଦା ସମେତ ଉଦଳା, କରଞ୍ଜିଆ, ରାଇରଙ୍ଗପୁର ଉପଖଣ୍ଡ ମାନଙ୍କରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବାରିପଦା ସହରର ମୁଖ୍ୟ ପ୍ରବେଶ ପଥ ତଥା ୧୮ ନଂ ଜାତୀୟ ରାଜପଥର ପାଲବଣି ଗୋଲେଇ ଓ ମୁର୍ଗାଵାଡି ଗୋଲେଇରେ କୁଡୁମୀ ସେନାର କର୍ମୀମାନେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ ଅନେକ ଗାଡିମଟର ଦୀର୍ଘ ସମୟ ଧରି ରାସ୍ତା କଡରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି ।

You May Also Like

More From Author

+ There are no comments

Add yours