Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ବିକ୍ରମ କେଶରୀ ପଟ୍ଟନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କିନ୍ନର ମାନଙ୍କର ସାମାଜିକ ଓ ନ୍ୟାୟିକ ଅଧିକାର ସମ୍ପର୍କରେ ଆଲୋଚନା ହୋଇଥିଲା I ଅନ୍ୟମାନଙ୍କ ମଧ୍ୟରେ ପରିବାର ଅଦାଲତର ବିଚାରପତି ଅମୃତ ରଞ୍ଜନ ନନ୍ଦ, ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଏସ.ଏ.କେ ଜାହିରା ଅହମଦ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରୀନା ଚୌଧୁରୀ , ମୁଖ୍ୟ ବିଚାରବିଭାଗୀୟ ଦଣ୍ଡାଧିକାରୀ ମିନାକ୍ଷୀ ପ୍ରିୟଦର୍ଶିନୀ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସମ୍ପାଦିକା ନିବେଦିତା ପଣ୍ଡା, ବରିଷ୍ଠ ଦେୱାନୀ ବିଚାରପତି ସୌମ୍ୟରୂପ ସାହୁ, ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରୀ ଗୁରୁଚରଣ ଜେନାମଣି, ଗ୍ରାମ୍ୟ ନ୍ୟାୟଧିକାରୀ ସୁଭାସିନୀ ବେହେରା, ପ୍ରଥମ ଶ୍ରେଣୀ ବିଚାରପତି ଚନ୍ଦନ ଦେହୁରୀ, ରାୟଗଡା ବାର ଆସୋସିଏସନର ଓକିଲ ଓ କିନ୍ନର ମାନେ ଏହି କାର୍ଯକ୍ରମରେ ଉପସ୍ଥିତ ଥିଲେ I
କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନେ କିନ୍ନରମାନଙ୍କର ସାମାଜିକ ଓ ନ୍ୟାୟିକ ଅଧିକାରକୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସଙ୍ଗେସଙ୍ଗେ କିନ୍ନରମାନଙ୍କୁ କିପରି ଯଥା ସମୟରେ ସେମାନଙ୍କର ଅଧିକାର ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ମାନ୍ୟବର ହାଇକୋର୍ଟ ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ସେ ସମ୍ପର୍କରେ ଆଲୋଚନା କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ କିନ୍ନର ଓ ଓକିଲ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକାଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସଫଳତାର ସହିତ ଶେଷ ହୋଇଛି I

Leave a Reply

Your email address will not be published. Required fields are marked *