
ଚନ୍ଦାହାଣ୍ଡି -ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡ଼ିପାଣି ପଞ୍ଚାୟତ ଅଧିନ ଫଳସାପଡା ଗ୍ରାମର ମୁକୁନ୍ଦ ଦଣ୍ଡସେନା ଏବଂ ତାଙ୍କ ସ୍ତ୍ରୀ ସୁଶୀଳା ଦଣ୍ଡସେନା ।ଦୁଇ ବୃଦ୍ଧ ଦମ୍ପତି 500 ଟଙ୍କା ଭତ୍ତା ପାଇଁ 9 କି ମି 500 ଟଙ୍କା ଅଟୋ ଭଡା ଦେଇ ଭତ୍ତା ଟଙ୍କା ଉଠାଇବାକୁ ଚନ୍ଦାହାଣ୍ଡି ବ୍ଲକ ସଦର ବ୍ୟାଙ୍କ ଅଫ ବରୋଦା କୁ ଯାଇ ବ୍ୟାଙ୍କ ଲିଙ୍କ ଫେଲ ଥିବା ଯୋଗୁଁ ଭତ୍ତା ଟଙ୍କା ନପାଇ ଖାଲି ହାତ ରେ ଘରକୁ ଫେରିଲେ। ଏହି ଘଟଣା ପରେ ବିଭିନ୍ନ ମହଲ ରେ ଅସନ୍ତୋଷ ପ୍ରକାଶ ପାଇଛି। ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି l
ସୂଚନା ମୁତାବିକ ଫାଲସପଡା ଗ୍ରାମର ମୁକୁନ୍ଦ ଦଣ୍ଡସେନା (75) । ବାର୍ଦ୍ଧକ୍ୟ ଯୋଗୁଁ ରୁଗୁଣା ପାଲଟି ଯିବା ସହ ତାଙ୍କ ଗୋଡ଼ ହାତ ଫୁଲି କି ପାଦ ରେ ଘା ସୁଖ ନ ଥିବାରୁ ସେ ଭଲକି ଚାଲି ବୁଲି ପାରନ୍ତି ନାହିଁ l ଚିକିତ୍ସା ପାଇଁ ତାଙ୍କୁ ଅର୍ଥ ର ଆବଶ୍ୟକତା ଅତି ଜରୁରୀ ରହିଥିବାରୁ ପତି ପତ୍ନୀ ଙ୍କୁ ମାସକୁ 500 ଲେଖାଏଁ ଭତ୍ତା ଟଙ୍କା ମିଳୁଛି । ଭତ୍ତା ଟଙ୍କା ବ୍ୟାଙ୍କ ଅଫ ବରୋଦା ଖାତାରେ ଥିବା ଯୋଗୁଁ ,ସେମାନେ 500 ଟଙ୍କା ଅଟୋ ଭଡା କରି 9 କି ମି ଚନ୍ଦାହାଣ୍ଡି ବ୍ୟାଙ୍କ ଅଫ ବରୋଦା ଶାଖା କୁ ଯାଇଥିଲେ l ସେଠାରେ ଲିଙ୍କ ଫେଲ ଥିବା ଯୋଗୁଁ ଟଙ୍କା ନ ପାଇ ଖାଲି ହାତରେ ବୃଦ୍ଧ ଦମ୍ପତି ମନଦୁଃଖ ରେ ଘରକୁ ଫେରି ଥିଲେ l ଏ ସମ୍ପର୍କ ରେ ସେମାନଙ୍କୁ ପଚାରିବାରୁ ପତିପତ୍ନୀ ଙ୍କ ମିଶିକି 1000 ଟଙ୍କା ଭତ୍ତା ଏବଂ କାଳିଆ ଯୋଜନା ଟଙ୍କା 2000 ପାଇବା ଆଶା ରେ ସେମାନେ 500 ଟଙ୍କା ଅଟୋ ଭଡା ଦେଇ ଆସିଥିବା ନେଇ ଆମଆଗରେ ପ୍ରକାଶ କରିଥିଲେ l ଟଙ୍କା ମିଳି ଥିଲେ ସେ ତାଙ୍କ ସ୍ୱାମୀ ଙ୍କ ଔଷଧ ଖର୍ଚ୍ଚ କରି ପାରିଥାନ୍ତେ ବୋଲି ତାଙ୍କ ସ୍ତ୍ରୀ ସୁଶୀଳା ଦଣ୍ଡ ସେନା ସୂଚନା ଦେଇଥିଲେ l ତାଙ୍କ ର କୌଣସି ସନ୍ତାନ ନ ଥିବାରୁ ସେମାନେ ଅସହାୟ ଅବସ୍ଥା ରେ ରହିଥିବା ଆମ ଆଗରେ ପ୍ରକାଶ କରିଛନ୍ତି l ଏ ସମ୍ପର୍କ ରେ ଚନ୍ଦାହାଣ୍ଡି ସାମାଜିକ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ବେହେରା ଙ୍କୁ ପଚାରିବାରୁ ଶଯ୍ୟା ଶାୟୀ ମାନଙ୍କୁ ଘରେ ଭତ୍ତା ପ୍ରଦାନ କରିବାର ବ୍ୟବସ୍ଥା ପାଇଁ ସମସ୍ତ ସରପଞ୍ଚ ମାନଙ୍କ ସହ ଆଲୋଚନା କରାଯିବା ସହ ସଯ୍ୟା ଶାୟୀ ଙ୍କ ତାଲିକା ମଗାଯାଇଛି l ଖୁବ ଶୀଘ୍ର ଏହାର ବ୍ୟବସ୍ଥା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି l ଏ ଦିଗରେ ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି l
ନବରଙ୍ଗପୁରରୁ ମୁକୁନ୍ଦ ବେଶ୍ରା,ଶବ୍ଦ ମିିଡିଆ