

ଆଜି ୧୦.୩୦ ମିନିଟ ସମୟରେ ଗୋଦାବରୀଶ ମହାବିଦ୍ୟାଳୟର ରିଡିଙ୍ଗ ରୁମରେ ନବ ଗଠିତ ପୁରାତନ ଛାତ୍ର ସଂଗଠନ (ଆଲୁମିନ୍)ର ବୈଠକ ଅନୁଷ୍ଠିତ ହୋଇଥିଲା। ପୁରାତନ ଛାତ୍ର ସଂଗଠନର ସଭାପତି ଡା.ଦେବେନ୍ଦ୍ର ନାଥ ମାନସିଂହଙ୍କ ସଭାପତିତ୍ବରେ ଆଗାମୀ ୦୨.୦୪.୨୩ରେ ଆୟୋଜନ କରାଯିବାକୁ ଥିବା ପୁରାତନ ଛାତ୍ର ଆଲୁମ୍ନିର ବୈଠକ ସମ୍ବନ୍ଧରେ ଉପସ୍ଥିତ ସଭ୍ୟଙ୍କ ମନ୍ତବ୍ୟ ନିଆଯାଇ କମିଟିର ପଞ୍ଜିକରଣ (ରେଜିଷ୍ଟେସନ) କିଭଳି ଯଥାଶିଘ୍ର କରାଯିବ ସଂପାଦକଙ୍କୁ ଦାୟିତ୍ବ ଦେବା ସହ ଦୁଇ ଯୁଗ୍ମ ସଂପାଦକ ଓ କୋଷାଦକ୍ଷଙ୍କୁ ଏହିକାର୍ଯ୍ୟରେ ସହଯୋଗ କରିବାକୁ ନିଷ୍ପତି ନିଆଗଲା। ୬୩ ମସିହାରୁ ଆଜିପର୍ଯ୍ୟନ୍ତ ଯେଉଁମାନେ ସଭାପତି ଅଛନ୍ତି ସେମାନଙ୍କୁ ଯୋଗାଯୋଗ କରାଯିବାର ନିଷ୍ପତି ନିଆଗଲା। ଗୋଦାବରୀଶ ମହାବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ରଙ୍କ ଭୂମିକା ଓ ନାକ୍ ର କାର୍ଯ୍ୟକ୍ରମ ପରିପୂରଣ ପାଇଁ ଏହି ସଂଗଠନର ଭୂମିକା ଆବଶ୍ୟକ ଅଛି । ସେଥିପାଇଁ ଆଗାମୀ ୦୨.୦୪.୨୩ ରବିବାର ଦିନ ୧୦ଟା ସମୟରେ ୬୩ ରୁ୨୦୨୩.ପର୍ଯ୍ୟନ୍ତ ଏହି ମହାବିଦ୍ୟାଳୟରେ ପାଠ ପଢିଥିବା ସମସ୍ତ ଛାତ୍ରଛାତ୍ରୀ କିଭଳି ଯୋଗଦାନ କରିବେ ଓ ଏହି ମହାବିଦ୍ୟାଳୟରେ ପାଠ ପଢି ରାଜ୍ୟ ତଥା ଦେଶର ବଡ ବଡ ପଦବୀରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଏଠାରେ ପହଞ୍ଚି ଆଲୋଚନାରେ କିଭଳି ଭାଗନେଇ ପାରିବେ ସେଥିପାଇଁ କମିଟିର ସଭାପତି ଦାୟିତ୍ବ ନେଇଥିଲେ ଓ ସଂପାଦକ ଅଧ୍ୟାପକ ଲକ୍ଷ୍ମି ପ୍ରସାଦ ମିଶ୍ରଙ୍କୁ ଗ୍ରୁପ ମାଧ୍ୟମରେ ଜଣାଇବା ଓ ପ୍ରତ୍ୟକ ବର୍ଷର ଛାତ୍ର ଛାତ୍ରୀ ସେମାନଙ୍କ ଗ୍ରୁପ( କ୍ଲାସମେଟ) କୁ ଜଣାଇବାପାଇଁ ନିଷ୍ପତି ନିଆଗଲା।
ଏହି କାର୍ଯ୍ୟକ୍ରମରେ ନବ ଗଠିତ ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ର ସଂଗଠନର କାର୍ଯ୍ୟକାରୀ ସଭାପତି ଡ, ନୃସିହ ପ୍ରସାଦ ପ୍ରଧାନ, ସଂପାଦକ ଅଧ୍ୟାପକ ଲକ୍ଷ୍ମି ପ୍ରସାଦ ମିଶ୍ର, ଉପ ସଭାପତି ଶ୍ରୀ ଅମରେନ୍ଦ୍ର ରଣସିଂହ, ଯୁଗ୍ମ ସଂପାଦକ ସେକ ମୋହିନୁଲ ହକ, ଶ୍ରୀ ମହେଶ୍ବର ଜେନା, କୋଷାଦକ୍ଷ ଶ୍ରୀ ଜିତେନ୍ଦ୍ର ନାଥ ଭୋଳ, ଶ୍ରୀ ସୁନୀଲ କୁମାର ପଣ୍ଡା ଓ କାର୍ଯ୍ୟକାରୀ କମିଟିର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଜିର ଆଲୋଚନାରେ ଛାତ୍ର ସଂସଦର ୧୦ରୁ ଉର୍ଧ ସଭାପତି ଯୋଗଦେଇଥିଲେ। କାର୍ଯ୍ୟକାରୀ ସଭାପତି ଡ. ନୃସିଂହ ପ୍ରସାଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।