Thu. Oct 15th, 2026

ରେଳ ଷ୍ଟେସନରେ ଚାଲିଲା ବ୍ଲୁ ଫିଲ୍ମ । ଲାଜରେ ମୁହଁ ତଳକୁ କରିଦେଲେ ଯାତ୍ରୀ । ଗୋଟେ କି ଦୁଇ ମିନିଟ ନୁହେଁ ଲଗାତାର ୩ ମିନିଟ ଧରି ଚାଲିଛି ବ୍ଲୁ ଫିଲ୍ମ । ରେଳ ଷ୍ଟେସନରେ ଲାଗିଥିବା ଟିଭି ସ୍କ୍ରିନରେ ବିଜ୍ଞାପନ ବଦଳରେ ଚାଲିଛି ବ୍ଲୁ ଫିଲ୍ମ ।ବିହାରର ରାଜଧାନୀ ପାଟନା ରେଳ ଷ୍ଟେସନରେ ଏଭଳି ଅଭାବନୀୟ ଘଟଣା ଘଟିଛି ।ଗତ ରବିବାର ସକାଳ ୧୦ଟାରେ ପାଟନା ରେଳ ଷ୍ଟେସନର ୧୦ ନଂ ପ୍ଲାଟଫର୍ମରେ ଏହି ଘଟଣା ଘଟିଛି । ବ୍ଲୁ ଫିଲ୍ମ ଚାଲିବା ଦେଖି କିଛି ଯାତ୍ରୀ ମୋବାଇଲରେ ରେକର୍ଡ ବି କରିଥିଲେ । ଯାତ୍ରୀମାନେ ଏହାକୁ ବିରୋଧ କରିବା ସହ ରେଳ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ।୩ ମିନିଟ ପରେ ରେଳ ଷ୍ଟେସନରେ ସିନା ଅଶ୍ଳୀଳ ଫିଲ୍ମ ବନ୍ଦ ହେଇଯାଇଥିଲା କିନ୍ତୁ ଏହା ମୋବାଇଲରୁ ମୋବାଇଲକୁ ଘୁରିବୁଲୁଥିଲା । ଏବେ ଏହି ମୋବାଇଲ କ୍ଲିପ୍ ଭାଇରାଲ ହେବାରେ ଲାଗିଛି । କିଛି ସୋସିଆଲ ମିଡିଆ ୟୁଜର୍ସ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ରେଳ ବିଭାଗକୁ ଏହି କ୍ଲିପ୍ ଟ୍ବିଟ କରିଛନ୍ତି ।ରେଳ ଷ୍ଟେସନରେ ଲାଗିଥିବା ଟିଭିରେ ବିଜ୍ଞାପନ ଚଳାଇବା ଦାୟିତ୍ବ ଏକ ଏଜେନ୍ସିକୁ ଦିଆଯାଇଛି । ଦତ୍ତ କମ୍ୟୁନିକେସନ ନାଁରେ ଏହି ଏଜେନ୍ସି ରହିଛି । ଏହି ଏଜେନ୍ସି ନାଁରେ ଏବେ ଏଫଆଇଆର ଦେଇଛି ରେଳ ବିଭାଗ । ଏଭଳି ଭୁଲ କେମିତି ହେଲା ସେ ନେଇ ତଦନ୍ତ ଚାଲିଛି ।

Leave a Reply

Your email address will not be published. Required fields are marked *