Wed. Oct 14th, 2026

ସରିଲା ମାଟ୍ରିକ ପରୀକ୍ଷା। ଏବେ ମୂଲ୍ୟାଙ୍କନର ବେଳ। ଆସନ୍ତା ମାସ ଏପ୍ରିଲ ୩ ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ। ଏନେଇ ବୋର୍ଡ ଅଧକ୍ଷ ରାମାଶିଷ ହାଜରା ସୂଚନା ଦେଇଛନ୍ତି। ତେବେ ପରୀକ୍ଷା ସମୟରେ କିଛି ତ୍ରୁଟି ଦେଖା ଦେଇଥିଲା, କିନ୍ତୁ ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଥିବା ସେ କହିଛନ୍ତି।ଏଥିପାଇଁ ୩୨୧୮ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଥିଲା। ମୋଟ ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ର ହୋଇଥିଲା ବେଳେ ୩୧୬ଟି ନୋଡାଲ ସେଣ୍ଟର ବୋର୍ଡ ପକ୍ଷରୁ କରାଯାଇଥିଲା। ନକ୍ସଲ ପ୍ରଭାବିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିଲା। ପରୀକ୍ଷାରେ କପି ରୋକିବାକୁ ବୋର୍ଡ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା।ତେବେ ପରୀକ୍ଷା ସମୟରେ ଦେଖିବାକୁ ମିଳିଥିଲା ଯେ, କିଛି ସ୍ଥାନରେ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ। ସେହିପରି ବୋର୍ଡ଼ ପକ୍ଷରୁ ବ୍ୟାପକ ସୁରକ୍ଷା ସ୍ୱତ୍ତେ ପରୀକ୍ଷା ସମୟରେ ବିଭିନ୍ନ ତ୍ରୁଟି ପରିଲକ୍ଷିତ ହୋଇଥିଲା। ପ୍ରଶ୍ନପତ୍ର ଭାଇରାଲ ହେବା ସହ ପ୍ରଶ୍ନପତ୍ରରେ ତ୍ରୁଟି ପରିଲିକ୍ଷିତ ହୋଇଥିଲା।

Leave a Reply

Your email address will not be published. Required fields are marked *