Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଭାରରତ ମିଲେଟ ମ୍ୟାନ ଭାବେ ପରିଚିତ ପିଭି ସତୀଶ ଆଉ ନାହାନ୍ତି। ଦୀର୍ଘ ଦିନ ହେଲା ଅସୁସ୍ଥ ଥିବା ସତୀଶ ହାଇଦ୍ରାବାଦରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ପିଭି ସତୀଶ ହେଉଛନ୍ତ ଡେକାନ ଡେଭଲପମେଣ୍ଟ ସୋସାଇଟି(ଡିଡିସି)ର ପ୍ରତିଷ୍ଠାତା। ସେ ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ମଧ୍ୟ କାମ କରୁଥିଲେ। ଡିଡିସି ତେଲେଙ୍ଗାନାର ସଙ୍ଗରେଡ୍ଡୀ ଜିଲ୍ଲା ଅନ୍ତର୍ଗତ ପାସ୍ତାପୁର ଗାଁରେ କାମ କରୁଥିଲା। ‌ଆଜି ଦିନ ୧୦.୩୦ରେ ଏହି ସ୍ଥାନରେ ହିଁ ମିଲେଟ ମ୍ୟାନଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ।

Leave a Reply

Your email address will not be published. Required fields are marked *