ଦେଶରେ ଦିନକରେ ହଜାରେ ନୂଆ କୋଭିଡ୍ ସଂକ୍ରମିତ ଚିହ୍ନଟ, ସତର୍କ ହେଲା କେନ୍ଦ୍ର

ଶବ୍ଦ ଓଡିଶା ବ୍ୟୁରୋ: ବୟସ୍କ ଆକ୍ରାନ୍ତଙ୍କ ପାଇଁ ସଂଶୋଧିତ କରୋନା ଗାଇଡଲାଇନ୍ସ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ୧୨୯ ଦିନ ପରେ ପୁଣି ଦେଶରେ ହଜାରେ ଟପିଛି ଦୈନିକ କରୋନା ସଂକ୍ରମଣ । ଫେବ୍ରୁଆରୀ ୧୯ ତାରିଖ ଦିନ ମାତ୍ର ୧୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ମାତ୍ର ମାସକ ମଧ୍ୟରେ ସ୍ଥିତି ବଦଳି ଯାଇଛି । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛି ୧୦୭୧ ନୂଆ ମାମଲା । ରାଜସ୍ଥାନ, ମହାରାଷ୍ଟ୍ର ଓ କେରଳରେ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏପଟେ ସକ୍ରିୟ ମାମଲା ମଧ୍ୟ ୫୯୧୫ରେ ପହଞ୍ଚିଛି । ଏଚ୩ଏନ୨ ଭୂତାଣୁ ଭୟ ଭିତରେ ଧିରେ ଧିରେ କରୋନା ମଧ୍ୟ କାୟା ମେଲାଉଥିବାରୁ ଚିନ୍ତା ବଢ଼ିଛି । ବାକ୍ଟେରିଆ ସଂକ୍ରମଣ ହୋଇନଥିଲେ ଆଣ୍ଟି-ବାଓଟିକ୍ସ ନଖାଇବା ପାଇଁ ପରାମର୍ଶ ଦେଇଛି ଆଇସିଏମଆର । ବୟସ୍କ ଆକ୍ରାନ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଂଶୋଧିତ ଗାଇଡଲାଇନ୍ସରେ କୁହାଯାଇଛି, ସ୍ୱଳ୍ପ ଲକ୍ଷଣ ଥିବା ରୋଗୀ ଘରୋଇ ସଙ୍ଗରୋଧରେ ରୁହନ୍ତୁ । ସାମାଜିକ ଦୂରତା, ମାସ୍କ ପିନ୍ଧିବା ସହ ବାରମ୍ବାର ହାତ ଧୁଅନ୍ତୁ । ଶରୀରର ତାପମାତ୍ରା, ଅକ୍ସିଜେନ୍ ସ୍ତର ଯାଞ୍ଚ କରନ୍ତୁ ।

You May Also Like

More From Author

+ There are no comments

Add yours