ଶବ୍ଦ ଓଡିଶା ବ୍ୟୁରୋ: ଓବିସି ବର୍ଗଙ୍କୁ ଓଡ଼ିଶାରେ ମିଳୁନି ଉଚିତ୍ ଅଧିକାର। ଏ ପର୍ଯ୍ୟନ୍ତ ଓବିସି ବର୍ଗଙ୍କ ସଠିକ୍ ଗଣନା କରାଗଲାନି। ସମସ୍ତ ପଛୁଆ ଜାତିଙ୍କୁ ଚିହ୍ନଟ କରି କେନ୍ଦ୍ରିୟ ସୂଚିରେ ସାମିଲ କରାଯାଉନି। ସେମାନଙ୍କୁ ଶିକ୍ଷା, ନିଯୁକ୍ତି, ନିର୍ବାଚନ କ୍ଷେତ୍ରରେ ଉପଯୁକ୍ତ ସଂରକ୍ଷଣ ମିଳୁନି। ଏଭଳି ଅଭିଯୋଗ କରିଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ଓବିସି ମୋର୍ଚ୍ଚା ଜାତୀୟ ଉପାଧ୍ୟକ୍ଷ କ୍ରିଷ୍ଣା ଗୌର।
ଓଡ଼ିଶାରେ ବିଜେଡି ସରକାର ଏଭଳି ଦାୟିତ୍ୱହୀନତା ବିରୋଧରେ ଜନସେଚତନା ସୃଷ୍ଟି କରିବାକୁ ବିଜେପି ଓବିସି ମୋର୍ଚ୍ଚା ଆରମ୍ଭ କରିବ ଗାଁ ଗାଁ ଚାଲ ଏବଂ ଘର ଘର ଚାଲ ଅଭିଯାନ। ଆସନ୍ତା ୬ ଏପ୍ରିଲ ବିଜେପି ପ୍ରତିଷ୍ଠା ଦିବସରୁ ଏହି ଅଭିଯାନ ୧୪ ତାରିଖ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ ୯ ଦିନ ଧରି ଚାଲିବ। ଏନେଇ କ୍ରିଷ୍ଣା ଗୌର ସୂଚନା ଦେଇଛନ୍ତି।
