ସମ୍ବଲପୁରରେ ପୋଲିସ ଡ୍ରାଇଭର ମହାସଂଘ କର୍ମକର୍ତ୍ତା ମୁହାଁମୁହିଁ,୧୦୦ ଜଣ ଆନ୍ଦୋଳନକାରୀ ଅଟକ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ସମ୍ବଲପୁରରେ ଡ୍ରାଇଭର କର୍ମକର୍ତ୍ତା ଏବଂ ପୋଲିସ ମଧ୍ୟରେ ମୁହାଁମୁହିଁ ହୋଇଥିଲେ।ଡ୍ରାଇଭରମହା ସଂଘର କର୍ମକର୍ତ୍ତା ରାସ୍ତାରୋକ ପାଇଁ ଉଦ୍ୟମ କଲାବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଶହେ କର୍ମକର୍ତ୍ତାଙ୍କୁ ପୋଲିସ ଅଟକ ରଖିଛି।

ସୂଚନାନୁଯାୟୀ, ସମ୍ବଲପୁର-ଦେବଗଡ଼ ରାସ୍ତାର ଜୟନ୍ତପୁର ଛକରେ ଆନ୍ଦୋଳନରେ ୧୦୦ରୁ ଅଧିକ ଡ୍ରାଇଭର ବସିଥିଲେ ।ଆନ୍ଦୋଳନ ସହ ରାସ୍ତା ଅବରୋଧ କରିବାକୁ ଯୋଜନା କରୁଥିଲେ । ଏଥିରେ ପୁଲିସ ବାଧା ଦେବାରୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା । ଘଟଣା ସ୍ଥଳରେ ଥିବା ୧୦୦ ରୁ ଅଧିକ ଡ୍ରାଇଭରଙ୍କୁ ପୁଲିସ ଉଠାଇ ନେଇ ଅଟକ ରଖିଛି ।ତେବେ ସରକାର ଏହି ଆନ୍ଦୋଳନ ସମ୍ପର୍କରେ ଆଲୋଚନା ନକରିବା ପର୍ଯ୍ୟନ୍ତ ଏହିଭଳି ସ୍ଥିତି ଉପୁଜୀବ ବୋଲି କୁହାଯାଇପାରେ।

You May Also Like

More From Author

+ There are no comments

Add yours