ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାଙ୍କେଶ୍ୱରୀ ଘାଟିରେ ଏକ ମର୍ମତୁନ୍ଦ ଦୁର୍ଘଟଆ ଘଟିଯାଇଛି।ସୂଚନା ଅନୁସାରେ ଗଡ଼ଗୋବିନ୍ଦପୁର ପଞ୍ଚାୟତ ଧାନରାଶି ଗାଁରୁ ମା’ ବାଙ୍କେଶ୍ୱରୀ ଦର୍ଶନ ପାଇଁ ଏକ ପିକଅପ ଭ୍ୟାନ ଯୋଗେ ଏମାନେ ପାହାଡ଼ ଉପରକୁ ଯାଉଥିଲେ ଗାଡ଼ି ପାହାଡ଼ ଚଢୁଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଲିଙ୍ଗା କନିଆରୀଙ୍କୁ ଡାକ୍ତର ହସ୍ପିଟାଲରେ ମୃତ ଘୋଷଣା କରିଥିଲେ।
